ଟ୍ରାଫିକ୍ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ବାଣୀବିହାର ଛକରେ ବିକଟାଳ ହର୍ଣ୍ଣର ଯାଞ୍ଚ
ଆଜି ଭୁବନେଶ୍ୱରରେ ବିକଟାଳ ହର୍ଣ୍ଣର ଯାଞ୍ଚ ଚାଲିଛି। ଏଣିକି ଗାଡ଼ିରେ କେହି ଲଗାଇ ପାରିବେ ନାହିଁ ଜୋରରେ ଶବ୍ଦ କରୁଥିବା ହର୍ଣ୍ଣ..
ଭୁବନେଶ୍ୱର: ବାଣୀବିହାର ଛକରେ ବିକଟାଳ ହର୍ଣ୍ଣ ଟ୍ରାଫିକ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ବସ୍ରେ ଲାଗିଥିବା ପ୍ରେସର ହର୍ଣ୍ଣ କାଢିଛି। ଏଥିସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣର ମଧ୍ୟ ଯାଞ୍ଚ କରୁଛି ଟ୍ରାଫିକ୍ ପୋଲିସ।
ସୂଚନାନୁଯାୟୀ, ୫ଟି ସ୍ଥାନରେ ଯାଞ୍ଚ କରି ୪୦ଟି ବସରୁ ହର୍ଣ୍ଣ କାଢ଼ିଲା ଟ୍ରାପିକ ପୋଲିସ। ଗାଡ଼ିରେ ଲାଗିଥିବା ଏହି ବିକଟାଳ ହର୍ଣ୍ଣ ରାସ୍ତାର ଯାଉଥିବା ଲୋକଙ୍କୁ ବିପଦରେ ପକାଇଥାଏ। ଏଥିସହ ଧ୍ୱନି ପ୍ରଦୂଷଣ କରିଥାଏ।
ଏହି କାରଣ ଯୋଗୁଁ ବିକଟାଳ ହର୍ଣ୍ଣକୁ ଗାଡ଼ିରେ ନ ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ ବି କିଛି ଯାନବାହନ ନିଜ ଗାଡ଼ିରେ ଏହି ହର୍ଣ୍ଣକୁ ଲଗାଇ ରଖିଥିଲେ। ବର୍ତ୍ତମାନ ଏହା ଉପରେ କଡ଼ା ନଜର ରଖିଛି ଟ୍ରାଫିକ ପୋଲିସ।