fbpx

ସତ ହେଉଛି ମାଳିକା! ଖୁବଶୀଘ୍ର ଦୁନିଆ ଦେଖିବାକୁ ଯାଉଛି ତୃତୀୟ ବିଶ୍ୱଯୁଦ୍ଧ, ଧ୍ୱଂସ ହେବ ପୃଥିବୀ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ବିଶ୍ୱରେ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଦେଶ ନିଜ ନିଜ ଭିତରେ ବିବାଦକୁ ନେଇ ଆକ୍ରମଣ ଏବଂ ଯୁଦ୍ଧର ପନ୍ଥା ଆପଣାଇଛନ୍ତି । ପ୍ରଥମେ ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ୨୦୨୩ ମସିହାରେ ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ରୂପ ନେଇଛି । ତେବେ ୨୦୨୪ ନବବର୍ଷ ଆରମ୍ଭ ହେବା ମାତ୍ରେ ହୁତି ସଂକଟ ଦେଖାଦେଇଛି । ତେଣୁ ଏହିସବୁ କାରଣ ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧର ଏକ ବଡ଼ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ମାଳିକାରେ ଲେଖା ଥିବା ଘଟଣା ସତ ହେବା ଭୟ ଆହୁରି ଦ୍ୱିଗୁଣିତ ହୋଇଯାଇଛି ।

ଋଷ-ୟୁକ୍ରେନ ହେଉ, ଇସ୍ରାଏଲ-ହମାସ ହେଉ କିମ୍ବା ହୁତି ସଂକଟ, ପ୍ରତ୍ୟେକ ମାମଲାରେ ଯୁଦ୍ଧବିରାମ ହେବାର କୌଣସି ସମ୍ଭାବନା ଦେଖିବାକୁ ମିଳୁନାହିଁ । ଗୋଟିଏ ଯୁଦ୍ଧ ସ୍ଥିତି ସୁଧୁରିବା ପରିସ୍ଥିତିକୁ ଆସିବା ବେଳକୁ ଆଉ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଉଛି । ଇସ୍ରାଏଲରୁ ଆସୁଥିବା ଚିତ୍ରଗୁଡ଼ିକ ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ସମ୍ଭାବନାକୁ ବଢାଇ ଦେଇଛି । ଇସ୍ରାଏଲ୍ ସୈନ୍ୟ ଆଜି ଗାଜା ଷ୍ଟ୍ରିପ୍ ଉପରେ ପୁଣିଥରେ ଆକ୍ରମଣ କରି ଏହି ସମ୍ଭାବନାକୁ ବଢାଇ ଦେଇଛି । ଏହି ଏୟାର ଷ୍ଟ୍ରାଇକରେ ୧୨-୧୫ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ଏଥିରେ ହମାସର ନୁକବା ଫୋର୍ସର କମାଣ୍ଡରଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଦାବି ହେଉଛି। ହମାସ ପରେ ହିଜବୁଲ ଯୁଦ୍ଧବିମାନ ଇସ୍ରାଏଲ ଉପରେ ୧୦ ହଜାର ରକେଟ୍ ଗୁଳି ଚଳାଉଛି। ଲେବନାନରୁ ଏହି ଆକ୍ରମଣ ହେଉଛି ଏବଂ ଏହାର ମୁକାବିଲା ପାଇଁ ଇସ୍ରାଏଲ୍ ଦ୍ୱାରା ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଉଛି।

ଜାନୁଆରୀ ୮ ତାରିଖରେ ଇସ୍ରାଏଲ୍ ସୈନ୍ୟବାହିନୀ ଡ୍ରୋନ୍ ସାହାଯ୍ୟରେ ଲେବାନନ୍ ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ବରିଷ୍ଠ ହିଜବୁଲ କମାଣ୍ଡର ୱିସାମ ଅଲ-ତାୱିଲକୁ ହତ୍ୟା କରାଯାଇଥିଲା। ହିଜବୁଲର ଆତଙ୍କବାଦୀମାନେ ଗୋଟିଏ କାରରେ ଥିବାବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସେମାନେ ମୃତ୍ୟୁବରଣ କରିଛନ୍ତି। ତେଣୁ ଏହାର ପ୍ରତିଶୋଧ ନେବାକୁ ହିଜବୁଲ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଗାଜାର ଖାନ ୟୁନିସ୍ ଅଞ୍ଚଳରେ ଟନେଲ ଏବଂ ଅସ୍ତ୍ରଶସ୍ତ୍ରର ମିଳୁଥିବା ବେଳେ ଏଥିରେ ବର୍ତ୍ତମାନ ପର୍ୟ୍ୟନ୍ତ ୨୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ ଯେ, ହିଜବୁଲର ହସ୍ତକ୍ଷେପ ଯୁଦ୍ଧକୁ ଗାଜାରୁ ପଡୋଶୀ ଲେବାନନକୁ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛି। ଏହା ଆଗକୁ ଆହୁରି ଭୟଙ୍କର ହୋଇପାରେ ବୋଲି ବିଶ୍ୱରେ ଭୟ ସୃଷ୍ଟି ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଲେବାନାନର ସୈନିକ କହିଛନ୍ତି ଯେ, ଇସ୍ରାଏଲ୍ ସେନା ଦ୍ୱାରା ହୋଇଥିବା ଆକ୍ରମଣ ସମଗ୍ର ପଶ୍ଚିମ ଏସିଆ ଉପରେ ପ୍ରଭାବ ପକାଇପାରେ।

ଋଷ-ୟୁକ୍ରେନ ସୀମାରେ ଅବସ୍ଥା ଗାଜା ଅଞ୍ଚଳ ଅପେକ୍ଷା ଖରାପ ଅଟେ। ୟୁକ୍ରେନ ପରେ ଆମେରିକା ସମେତ ଅନ୍ୟ ଦେଶର ଧ୍ୟାନ ଗାଜା ଏବଂ ବର୍ତ୍ତମାନ ହୁତି ସଙ୍କଟ ଉପରେ ରହିଛି। ଏହାର ସୁଯୋଗ ନେଇ ଋଷ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି। ୠଷର ଆକ୍ରମଣରେ ୟୁକ୍ରେନର ଟ୍ୟାଙ୍କ, ସଶସ୍ତ୍ର ଯାନ, ଆର୍ଟିଲିରି ଏବଂ ସାମରିକ ଉପକରଣ ବହୁ କ୍ଷତିଗ୍ରସ୍ତ ହୋଇଛି।

ରୁଷ-ୟୁକ୍ରେନ ସୀମାରେ ୪୨ ଟି ସ୍ଥାନରେ ଯୁଦ୍ଧ ଚାଲିଛି ବୋଲି ଜଣାଯାଇଛି। ଏବଂ ୟୁକ୍ରେନ ସେନା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ନୁହଁନ୍ତି । ଆସନ୍ତା କିଛି ମାସ ମଧ୍ୟରେ ଋଷ ୟୁକ୍ରେନ ଉପରେ ଏକ ସୀମା ହାସଲ କରିପାରେ। ପରେ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଆଣବିକ ଆକ୍ରମଣ ବିଷୟରେ ଚିନ୍ତା କରିବା ଆରମ୍ଭ କରିବେ ଏବଂ ଯଦି କୌଣସି ପାର୍ଶ୍ୱ ଆଣବିକ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ତୃତୀୟ ବିଶ୍ୱଯୁଦ୍ଧର ବିପଦ ଆହୁରି ବୃଦ୍ଧି ପାଇବ। ତେବେ ଏମିତି ହେଲେ, ଶ୍ରୀ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଲେଖା ଥିବା ଘଟଣା ସତରେ ପରିଣତ ହୋଇପାରେ । ଏହି ଯୁଦ୍ଧ ସାରା ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.