fbpx

ନରମ ପଡିଲା ୟୁଏନଏସସି ! ଆତଙ୍କବାଦ ଉପରେ ଟିପ୍ପଣୀରେ ଗାଏବ ତାଲିବାନର ନାମ

Advertisement

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିକାର କରିବାର ଦୁଇ ସପ୍ତାହ ପରେ ତାଲିବାନକୁ ନେଇ ବଦଳିଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ୱର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅର୍ଥାତ ୟୁଏନଏସସି ଆଫଗାନିସ୍ତାନ ପ୍ରସଙ୍ଗରେ ନିଜର ସଦ୍ୟତମ ବିବୃତିିରେ ଆତଙ୍କୀ ଗତିବିଧିରୁ ତାଲିବାନର ନାମ ହଟାଇ ଦେଇଛି । କାବୁଲ ଦଖଲ କରିବାର ଗୋଟିଏ ଦିନ ପରେ ଅର୍ଥାତ ଅଗଷ୍ଟ ୧୬ରେ ୟୁଏନଏସସି ତରଫରୁ ଆଫଗାନିସ୍ତାନକୁ ନେଇ ଏକ ପ୍ରେସ ବିବୃତି ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ତାଲିବାନ ନିଜ କ୍ଷେତ୍ରରେ ଆତଙ୍କବାଦକୁ ସମର୍ଥନ ନକରୁ । ମାତ୍ର ସଦ୍ୟତମ ଟିପ୍ପଣୀରେ ୟୁଏନଏସସି ତାଲିବାନର ନାମ ହିଁ ହଟାଇ ଦେଇଛି ।

ସବୁଠୁ ଜରୁରୀ କଥା ୟୁଏନଏସସିରେ ଚଳିତ ମାସର ଅଧ୍ୟକ୍ଷ ହେଉଛି ଭାରତ । ପ୍ରଥମ ଥର ଦେଶ ଦୁନିଆର ସବୁଠୁ ଶକ୍ତିଶାଳୀ ସଂଗଠନର ଅଧ୍ୟକ୍ଷତା କରୁଛି । ତାଜୁବର କଥା ଏହି ବୟାନରେ ଭାରତର ହସ୍ତାକ୍ଷର ମଧ୍ୟ ରହିଛି । ୟୁଏନଏସସି ପକ୍ଷରୁ ଜାରି ସଦ୍ୟତମ ବିବୃତିରେ ଭାରତ ଅଗଷ୍ଟ ୨୬ରେ କାବୁଲ ବିମାନ ବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଛି । ଏହି ଆତଙ୍କୀ ହମଲାରେ ପ୍ରାୟ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିରେ ଆମେରିକାର ୧୩ ଯବାନ ମଧ୍ୟ ସାମିଲ । ଏହି ଆତଙ୍କୀ ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍ ଖୁରାସାନ ନିଜକୁ ଦାୟୀ କରିଥିଲା ।

କାବୁଲ ହମଲାର ଗୋଟିଏ ଦିନ ପରେ ଅଗଷ୍ଟ ୨୭ ତାରିଖରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ୟୁଏନଏସସି ଅଧ୍ୟକ୍ଷ ପରିଷଦ ପକ୍ଷରୁ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ବୟାନରେ ଅଗଷ୍ଟ ୧୬ର ପୂରା ବୟାନକୁ ସାମିଲ କରାଯାଇଛି । ହେଲେ ସେଥିରେ ତାଲିବାନ ଗୋଟିଏ ଶବ୍ଦ ବି ଉଲ୍ଲେଖ କରାଯାଇ ନାହିଁ । ୟୁଏନଏସସିର ସଦ୍ୟତମ ଟିପ୍ପଣୀରେ ଲେଖା ହୋଇଛି ଯେ, ସୁରକ୍ଷା ପରିଷଦର ସଦସ୍ୟ ଆଫଗାନିସ୍ତାନରେ ଆତଙ୍କବାଦ ସହ ଲଢେଇକୁ ଗୁରୁତ୍ୱ ଦେଉଛି, ଯଦ୍ୱାରା ଆଫଗାନିସ୍ତାନ ମାଟିର ବ୍ୟବହାର ଅନ୍ୟ କୌଣସି ଦେଶ ବିରୋଧରେ କରାଯାଇ ପାରିବ ନାହିଁ । କୌଣସି ଆଫଗାନ ସମୂହ କିମ୍ବା ବ୍ୟକ୍ତିଙ୍କୁ ଅନ୍ୟ ଦେଶର ମାଟିରେ ସଞ୍ଚାଳିତ ହେଉଥିବା ଆତଙ୍କବାଦର ସମର୍ଥନ କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.