fbpx

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଭାରତ ସମେତ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ମଧ୍ୟ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ: ସପ୍ତାହେ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଏହି ଯୁଦ୍ଧ ଏବେ ବିଶ୍ୱବାସୀଙ୍କ ପାଇଁ ମହଙ୍ଗା ମାଡ ସହିତ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଏମିତିକି ଏହି ଯୁଦ୍ଧ ଏବେ ବିଶ୍ୱର ଟୀକାକରଣ ଅଭିଯାନ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି । ଭାରତରେ କରୋନା ବିପକ୍ଷରେ ଔଷଧ ନିର୍ମାଣ କରାଯାଇ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି । ତେବେ ଯୁଦ୍ଧ ପରିସ୍ଥିତି ପାଇଁ ଆମେରିକା ଏବଂ ଏହାର ସହଯୋଗୀ ଋଷ ଉପରେ ପ୍ରାୟ ପ୍ରତିଦିନ ଗୋଟିଏ ପରେ ଗୋଟିଏ କଡା ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି । ଫଳରେ ମାତ୍ର ୬ ଦିନ ମଧ୍ୟରେ ଋଷର ଅର୍ଥନୀତି ମାନ୍ଦା ଅବସ୍ଥାରେ ପହଞ୍ଚିଛି ।

କେବଳ ସେତିକି ନୁହେଁ ଋଷ ଉପରେ ଏହି ପ୍ରତିବନ୍ଧକ ପାଇଁ ଭାରତରେ ନିର୍ମାଣ ହେଉଥିବା ସ୍ଫୁଟନିକ-ଭି ଟୀକା ଉତ୍ପାଦନ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏପରିକି ଆଗକୁ କିଛି ଦିନ ମଧ୍ୟରେ ଭାରତରେ ଏହାର ଉତ୍ପାଦନ ମଧ୍ୟ ବନ୍ଦ ହୋଇପାରେ ବୋଲି କହିଛନ୍ତି ଜଣେ ଉଚ୍ଚପଦସ୍ଥ ଅଧିକାରୀ । ଋଷ ବ୍ୟତୀତ ସର୍ବାଧିକ ଟୀକା ପ୍ରସ୍ୁତ କରିବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଭାରତ ସମେତ ମୋଟ ୭୧ ଦେଶକୁ ରପ୍ତାନୀ ହୋଇଥାଏ କରୋନା ଟୀକା । କିନ୍ତୁ ଋଷ ଉପରେ ଲାଗିଥିବା ସମସ୍ତ କଟକଣା ଏବେ ଏହା ଉପରେ ଏବେ ସଂଶୟର ଏକ କଳାବାଦଲ ଢାଙ୍କି ଦେଇଛି । ତେବେ ଋଷ ଉପରେ କେତେ ଦିନ ଏହି କଟକଣା ବଳବତ୍ତର ରହୁଛି ଏବଂ କେତେ ଦିନ ଟୀକାକରଣ ବନ୍ଦ ରହୁଛି ତାହା ଉପରେ ସମସ୍ତଙ୍କ ନଜର ।

Get real time updates directly on you device, subscribe now.