fbpx

ବରିଷ୍ଠ ସିନେ ନିର୍ମାତା ଦୁନିଆକୁ କହିଲେ ଅଲବିଦା

Advertisement

ନୂଆଦିଲ୍ଲୀ : ବଲିଉଡ ଦୁନିଆରୁ ଏବେ କିଛି ଦିନ ହେବ କିଛି ବରିଷ୍ଠ କଳାକାର, ନିର୍ମାତାଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ଆଉ ଜଣେ ବରିଷ୍ଠ ସିନେ ନିର୍ମାତା ଆରପାରିକୁ ଚାଲିଯାଇଛନ୍ତି । ଏହି ଦୁଃଖଦ ଖବର ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକାକୂଳ ପରିବେଶ ଛାଇ ଯାଇଛି । ତାଙ୍କ ଅନ୍ତିମ ଦର୍ଶନ ପାଇଁ ଛୋଟ ବଡ଼ କଳାକାର ସବୁ ଆସିଛନ୍ତି ।

ସୂଚନା ଅନୁଯାୟୀ, ‘ଗୋ ଗୋଆ ଗୋନ’ ଏବଂ ‘ ଦି ଭିଲେନ’ର ବରିଷ୍ଠ ନିର୍ମାତା ମୁକେଶ ଉଦେଶୀ ଗତକାଲି ରାତିରେ ତାଙ୍କର ଶେଷ ନିଃଶ୍ୱାଷ ତ୍ୟାଗ କରିଛନ୍ତି । ସିନେମା ଜଗତରେ ତାଙ୍କର ୩୭ ବର୍ଷର ଅଭିଜ୍ଞତା ରହିଥିଲା । ସେ ତାଙ୍କ ଜୀବନକାଳରେ ଅନେକ ଫିଲ୍ମରେ ପ୍ରଯୋଜନା କରିଛନ୍ତି । ଯେଉଁ ବ୍ୟକ୍ତି ତାଙ୍କ ଫିଲ୍ମକୁ ଦେଖିଛନ୍ତି, ସେ ସିନେମାକୁ ଆଜି ଯାଏଁ ମନେ ରଖିଛନ୍ତି ।

ଏଭଳି ମୁକେଶଙ୍କ ଚାଲିଯିବା ସମସ୍ତଙ୍କୁ ଦୁଃଖ ଦେଇଛି । ତାଙ୍କର ହଠାତ ମୃତ୍ୟୁ ହୋଇଥିବାରୁ ତାହାକୁ କେହି ଗ୍ରହଣ କରି ପାରୁ ନାହାନ୍ତି । ତାଙ୍କର ମୃତ୍ୟୁର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ତାହାକୁ ଦେଖି ଅନେକ କଳାକାର ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆସିଥିଲେ ।

Get real time updates directly on you device, subscribe now.