fbpx

ସରିଲା ଅପେକ୍ଷା! ଶସ୍ତା ହେଲା ଅନଲାଇନ୍ ସପିଙ୍ଗ: Amazon-Flipkartରେ ସେଲ୍ ଧମାକା ଆରମ୍ଭ

ଓଡ଼ିଶା ଭାସ୍କର: ଅନଲାଇନରେ ସପିଙ୍ଗ କରିବା ଆଜିଠାରୁ ଆହୁରି ସହଜ । ଆଜିଠାରୁ ଶସ୍ତା ଏବଂ କମ୍ ମୂଲ୍ୟରେ ମିଳିବ Online Products । ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ Festive Season ପୂର୍ବରୁ ହିଁ ସେଲ୍ସ ଆରମ୍ଭ କରିଛନ୍ତି । ପ୍ଲାଟଫର୍ମର ଗ୍ରାହକମାନଙ୍କୁ ଶସ୍ତାରେ ବିଭିନ୍ନ ଜିନିଷ ଉପଲବ୍ଧ କରିବା ପାଇଁ ଅଫର୍ ଦେଇଛନ୍ତି Amazon ଏବଂ Flipkart ଭଳି ଇ-କମର୍ସ କମ୍ପାନୀ । ଉଭୟ ପ୍ଲାଟଫର୍ମ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସରେ ଗ୍ରାହକମାନଙ୍କ ପାଇଁ ଏହି ଅଫର୍ ଦେଇଥାନ୍ତି, ତେଣୁ ସମସ୍ତ ଗ୍ରାହକ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ।

ଆଜିଠାରୁ ଇ-କମର୍ସ ପ୍ଲାଟଫର୍ମ Amazon ତରଫରୁ Amazon Great Indian Festival Sales ଏବଂ Flipkart ତରଫରୁ Flipkart Big Billion Days Sale ଆରମ୍ଭ ହୋଇଛି । ତେବେ ଆମାଜନ୍ ଏହି ଅଫର୍ ନିଜର Prime Members ମାନଙ୍କ ପାଇଁ ଉପଲବ୍ଧ କରାଇଥିବା ବେଳେ ଫ୍ଲିପକାର୍ଟ ନିଜ ପ୍ଲାଟଫର୍ମର Plus Member ଏବଂ VIP Members ମାନଙ୍କ ପାଇଁ ଉପଲବ୍ଧ କରିଛି । ଆଜିଠାରୁ ଏହି ଗ୍ରାହକମାନେ ନିଜ ନିଜ ପ୍ଲାଟପର୍ମରେ ସପିଙ୍ଗ କରିପାରିବେ ।

ତେବେ ଅନ୍ୟ ସମସ୍ତ ଗ୍ରାହକମାନଙ୍କ ପାଇଁ ଏହି ସେଲ୍ ୨୭ ସେପ୍ଟେମ୍ବର(ରାତି)ରୁ ଆରମ୍ଭ ହେବାକୁ ଥିବା ବେଳେ କିଛି ଗ୍ରାହକଙ୍କୁ ଏହି ଅଫର୍ ୨୬ ତାରିଖରୁ ପ୍ରଦାନ କରାଯାଇଛି । ଗ୍ରାହକମାନେ ନିଜ ମନ ପସନ୍ଦର ଜିନିଷ ବଡ଼ Discountsରେ ସପିଙ୍ଗ କରିପାରିବେ । ଏହି Festive Salesରେ ବିଭିନ୍ନ IPhone ମଡେଲରେ ବଡ଼ ରିହାତି ପାଇପାରନ୍ତି ଗ୍ରାହକ । ୭୯,୯୦୦ ଟଙ୍କାରେ ଲଞ୍ଚ୍ ହୋଇଥିବା IPhone 15 ଫ୍ଲିପକାର୍ଟରେ ୫୦ ହଜାରରୁ କମ୍ ମୂଲ୍ୟରେ ଉପଲବ୍ଧ ହୋଇଥିବା ବେଳେ Iphone 13ର ମୂଲ୍ୟ ୪୦ ହଜାରରୁ ବି ତଳକୁ ଖସି ଆସିଛି ।

Amazonର Prime Membership ପାଇବାକୁ ହେଲେ, ଏହାର ପ୍ଲାନ ୨୯୯ ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ Prime Video ଏବଂ Prime Music ଭଳି ଅନେକ ସେବା ଉପଲବ୍ଧ ହୋଇଥାଏ । ଏହାବ୍ୟତୀତ ଫ୍ଲିପକାର୍ଟରେ VIP Membership ୫୦୦ ଟଙ୍କାରେ ପାଇପାରିବେ ଗ୍ରାହକ । ସେହିପରି ବର୍ଷକ ମଧ୍ୟରେ ଅତି କମରେ ୪ ଥର ସପିଙ୍ଗ କରିଥିଲେ ଏବଂ ଆପଣଙ୍କ ପାଖରେ Super Coins ଥିଲେ, ଜଣେ ଗ୍ରାହକ Plus Membership ପାଇପାରିବେ ।

Get real time updates directly on you device, subscribe now.