fbpx
BJD SKY
BJD SKY

ଋନୱେରୁ ଖସି ଅଳିଆରେ ଲାଗିଲା ବିମାନର ଚକ: ଉଡାଣ ରଦ୍ଦ କଲା ଇଣ୍ଡିଗୋ

BJD

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର ଚକ ରନୱେରୁ ଖସି ଅଳିଆରେ ଫସିଯାଇଥିବା ଘଟଣା ଦେଖିବାକୁ ମିଳିଛି । ଆସାମର ଜୋରହଟରୁ କୋଲକାତା ଯିବା ପାଇଁ ଉଡାଣ ଭରିବା ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ତେବେ ସୂଚନା ଅନୁସାରେ ଏହି ବିମାନରେ ମୋଟ ୯୮ ଜଣ ଯାତ୍ରୀ ରହିଥିଲେ । ତେଣୁ ଏହି ଘଟଣା ପରେ ବିମାନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନାହିଁ । ସମସ୍ତଙ୍କୁ ସୁରକ୍ଷିତ ବିମାନରୁ ବାହାର କରାଯାଇଛି ।

ଇଣ୍ଡିଗୋ 6E757 ବିମାନ ଏଭଳି ଏକ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ତେବେ କିଛି ଘଣ୍ଟା ଏହା ଫସି ରହିବା ପରେ ଉଡାଣକୁ ରଦ୍ଦ କରି ଦିଆଯାଇଛି । ସେପଟେ ବିମାନ ସହ ଘଟିଯାଇଥିବା ଏହି ଘଟଣାର ଏକ ଭିଡିଓ ଏବେ ସାମନାକୁ ଆସିଛି । ତେବେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ଇଣ୍ଡିଗୋ । ସୂଚନା ଅନୁସାରେ, ପ୍ରଥମେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଜଣା ପଡି ନଥିଲା । କିନ୍ତୁ ପରେ ଏହି ବିମାନରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଛି ।

ପ୍ରକାଶ ଥାଉ କି, ଏହିପରି ବିଭିନ୍ନ ସମସ୍ୟାକୁ ନଜରରେ ରଖି ଡିଜିସିଏ ସ୍ପାଇସ ଜେଟର ଘରୋଇ ଉଡାଣର ୫୦% କୁ ୮ ସପ୍ତାହ ପର୍ଯ୍ୟନ୍ତ ରଦ୍ଦ କରିଛି । ସ୍ପାଇସ ଜେଟରେ ୧ ମାସ ମଧ୍ୟରେ ପ୍ରାୟ ୮ଟି ତ୍ରୁଟି ଦେଖିବାକୁ ମିଳିଥିଲା । ତେଣୁ ଡିଜିସିଏ ଏପରି ଏକ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିଛି ।

Get real time updates directly on you device, subscribe now.