fbpx

(Video) ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଅଡିଓ! ପରସ୍ପରକୁ କହୁଛନ୍ତି, ‘i love you’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଷ୍ଟାର ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାବୁସାନ-ପ୍ରକୃତିଙ୍କ ଅଡିଓ । ଅଡିଓରେ ରହିଛି ବାବୁସାନ-ପ୍ରକୃତିଙ୍କ ସ୍ୱର ଶୁଣିବାକୁ ମିଳିଛି । ଅଡ଼ିଓରେ ପ୍ରକୃତିଙ୍କୁ ବାବୁସାନ କ୍ଷମା ମାଗୁଛନ୍ତି । ଏହା ସହ ଲଭ ୟୁ ବୋଲି କହୁଛନ୍ତି ଉଭୟ ବାବୁସାନ ଓ ପ୍ରକୃତି ।

ତେବେ ଅଡିଓରେ ପ୍ରକୃତିଙ୍କୁ ଡୁଡୁ ବୋଲି ସମ୍ବୋଧନ କରୁଛନ୍ତି ବାବୁସାନ୍ । ଏହାସହ କେଉଁ କଲର ଶାଢ଼ି ପିନ୍ଧିବୁ ବୋଲି ପ୍ରଶ୍ନ କରୁଛନ୍ତି ବାବୁସାନ । ଉଭୟ ଉଭୟଙ୍କୁ ଲଭ ୟୁ ବୋଲି କହୁଛନ୍ତି । ଏହି ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫୋନ୍ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡୁନି । କିନ୍ତୁ ଏହା ବାବୁସାନ୍ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି । ଅନ୍ୟପଟେ ଅଡିଓକୁ ନେଇ ବର୍ତ୍ତମାନ ସୁଦ୍ଧା ବାବୁସାନ୍ ଓ ପ୍ରକୃତି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁ-ପ୍ରକୃତି ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିବା ନେଇ ଖୁଲାସା ହୋଇଛି । ଏନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Get real time updates directly on you device, subscribe now.