fbpx

କରୋନା ପରେ ପୁଣି ବିଶ୍ୱକୁ ହଲଚଲ୍ କରିବ ଚୀନ, ମାଡ଼ି ଆସିବ ୨୦୦୮ ପରି ଆଉ ଏକ ଆର୍ଥିକ ଦୁର୍ଗତି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ହାହାକାର ମଚାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲା ମହାମାରୀ କରୋନା । ତେବେ ଏହି ଭୟଙ୍କର ମହାମାରୀର ଅସଲ ସୃଷ୍ଟିକର୍ତ୍ତା ଯେ ଚୀନ, ତାହା ବିଶ୍ୱବାସୀଙ୍କୁ ଅଛପା ନାହିଁ । ତେବେ ଏହି ମହାମାରୀର ସୃଷ୍ଟି ପଛରେ କପଟୀ ଚୀନର ଅନେକ ଭିତିରିଆ ସ୍ୱାର୍ଥ ଲୁଚି ରହିଥିବା ତଥ୍ୟ ଦିନକୁ ଦିନ ନୂଆ ନୂଆ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ତେବେ ବର୍ତ୍ତମାନ କରୋନା ସଂକ୍ରମଣ ସାମାନ୍ୟ ଶିଥିଳ ପଡ଼ିଯାଇଥିଲେ ହେଁ ଆଶଙ୍କା ସମ୍ପୂର୍ଣ୍ଣ ଭାବେ ହଟିନାହିଁ । ଏହି ସମୟରେ ଚୀନକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । ଗତବର୍ଷ ଚୀନ ସମଗ୍ର ବିଶ୍ୱକୁ କରୋନା ରାକ୍ଷସକୁ ବିଷ ଉପହାର ରୂପେ ଦେଇଥିଲା । ଅନୁରୂପ ଭାବେ ଚଳିତ ବର୍ଷ ଆଉ ଏକ ଭୟଙ୍କର ଉପହାର ଦେବାକୁ ଯାଉଛି ଦୁଷ୍ଟ ଚୀନ ।

ସୂଚନା ମୁତାବକ, ଚୀନ ଖୁବଶୀଘ୍ର ଏକ ଭୟଙ୍କର ଆର୍ଥିକ ଦୁର୍ଗତିର ସାମନାକୁ କରିବାକୁ ଯାଉଛି । ତେବେ ଏହାର ପରିଣାମ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଉପରେ ନିଶ୍ଚିତ ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ ଲଗାଇ ସାରିଲେଣି । ଚୀନର ରିଅଲ ଇଷ୍ଟେଟ୍ ମାର୍କେଟରେ ହଲଚଲ କାରଣରୁ ଏହାର କୁଫଳ ସମଗ୍ର ବିଶ୍ୱ ଭୋଗିବାକୁ ଯାଉଛି । ଯାହାଦ୍ୱାରା କି ଆପଣଙ୍କର ଆମଦାନୀ, ଚାକିରି ଆଦି ବିଭିନ୍ନ କ୍ଷେତ୍ର ଧୂଳିସାତ୍ ହେବାର ସମ୍ଭାବନା ରହିଛି । ଚୀନର ଏଭରଗ୍ରାଣ୍ଡ କମ୍ପାନୀ ହେଉଛି ବିଶ୍ୱର ଟପ-୫୦୦ କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ । ଏହି କମ୍ପାନୀ ୨୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ଋଣଭାରରେ ବୁଡ଼ି ରହିଛି । ତେବେ ଏହି ଅର୍ଥର ପରିମାଣର ଭାରତ ସରକାରଙ୍କ ଆମଦାନୀ ମାତ୍ରାରୁ ଅଧିକ । କରଜ ସୁଝିବା ପାଇଁ ପାଖରେ ଅର୍ଥ ନଥିବା ପୂର୍ବରୁ ଏଭଳଗ୍ରାଣ୍ଡ ପକ୍ଷରୁ କୁହାଯାଇଥିଲା । ୧୫ ଲକ୍ଷ ଲୋକ ଏହି କମ୍ପାନୀରୁ ଘର ପାଇବା ପାଇଁ କୋଟି କୋଟି ଟଙ୍କା ପୂର୍ବରୁ ନିବେଶ କରିସାରିଥିବାରୁ ଏବେ କେବଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଘର କି ଟଙ୍କା ନପାଇ ଲକ୍ଷ ଲକ୍ଷ ଲୋକ କମ୍ପାନୀର ଅଫିସ ଆଗରେ ରାତିଦିନ ନଖାଇ ନପିଇ ଧାରଣା ଦେଇଛନ୍ତି । ମାତ୍ର ସେମାନଙ୍କର ଦୁଃଖ କେହି ଶୁଣୁ ନାହାନ୍ତି । ସୂଚନାଯୋଗ୍ୟ ଯେ, ଆମେରିକାର ଲେହମାନ୍ ବ୍ରଦର୍ସ କମ୍ପାନୀର କ୍ରାଇସିସ୍ ପାଇଁ ୨୦୦୮ରେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆସିଥିଲା । ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥା ପରସ୍ପର ସହ ଯୋଡ଼ି ହୋଇ ରହିଥିବାରୁ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.