fbpx

ବାନ୍ତି କରିବା ପାଇଁ ବସ୍ ବାହାରକୁ ମୁଣ୍ଡ କାଢିଥିଲେ, ପିଟିଦେଲା ଆଉ ଏକ ବସ୍, ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ଅଲ୍ଲୀପୁରରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷୀୟ ମହିଳାଙ୍କ ଏକ ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଯେତେବେଳେ ସେ ବାନ୍ତି କରିବା ପାଇଁ ବସ୍ ବାହାରକୁ ମୁଣ୍ଡ ବାହାର କରିଥିଲେ, ସେତେବେଳେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ହରିୟାଣାର ଏକ ବସ୍ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ବାନ୍ତି କରିବା ପାଇଁ ବସର ଝରକାରେ ବାହାରକୁ ମୁଣ୍ଡ ବାହାର କରିଥିଲେ । ସେହି ସମୟରେ ରାସ୍ତାରେ ଅନ୍ୟ ଏକ ଅଜଣା ଗାଡ଼ି ଯୁବତୀଙ୍କ ମୁଣ୍ଡକୁ ପିଟିଥିଲା । କୁହାଯାଉଛି ଏହି ମୃତ ଯୁବତୀ ଜଣକ କାଶ୍ମୀର ଗେଟରୁ ଲୁଧିୟାନା ଯାଉଥିଲେ । ମହିଳାଙ୍କ ସହ ତାଙ୍କ ଭଉଣୀ ଏବଂ ୩ ବର୍ଷର ଶିଶୁ ଥିଲେ ।

ଘଟଣାସ୍ଥଳରେ ପୋଲିସ ପହଁଚି ଅଜଣା ଗାଡ଼ିର ସନ୍ଧାନ ଜାରି ରଖିଛି । ଏଥିସହ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମହିଳା ଜଣକ ଏପରି ଭୟାନକ ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ଅନ୍ୟାନ୍ୟ ଯାତ୍ରୀମାନେ ଅତଙ୍କିତ ହୋଇଛନ୍ତି ।

Get real time updates directly on you device, subscribe now.