fbpx
BSKY
BJD MC SKY
BJD MS SKY

Video: ଟ୍ରାଫିକ କର୍ମଚାରୀଙ୍କ ମହାନତା; ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଜିଣିଲେ ହୃଦୟ

ଭୁବନେଶ୍ୱର; ମହିଳା ଟ୍ରାଫିକ କର୍ମଚାରୀ ଦେଖାଇଲେ ମହାନତା । ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଜିତିଲେ ଲୋକଙ୍କ ହୃଦୟ । ବତ୍ତମାନ ସମୟରେ ନିଜ କାମରେ ପ୍ରାୟତଃ ସମସ୍ତେ ବ୍ୟସ୍ତ ରହୁଛନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କାହା ପାଖରେ ସମୟ ନାହିଁ । କିନ୍ତୁ ଏଭଳି ପରିସ୍ଥିତିରେ ଜଣେ ମହିଳା ଟ୍ରାଫିକ କର୍ମଚାରୀ ନିଜ ଡ୍ୟୁଟି ସମୟରେ ମଧ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି ।

ସାହାଯ୍ୟ କରିଥିବା ମହିଳା ଟ୍ରାଫିକ କର୍ମଚାରୀ ହେଉଛନ୍ତି ସନ୍ତୋଷି ମଲ୍ଲିକ । ତେବେ ରାଜଧାନୀର ନାଲକୋ ଛକରେ ନିଜ ଡ୍ୟୁଟି କରୁଥିବାବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ । ପୋଲିସ ସର୍ବଦା ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ୱରେ ରହିଥାଏ । ଏବଂ ଏହାକୁ ଠିକ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଟ୍ରାଫିକ କର୍ମଚାରୀ ।


ତେବେ ସନ୍ତୋଷୀ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଟ୍ରାଫିକ କର୍ମଚାରୀ ଜଣଙ୍କ କିପରି ଆହତ ବ୍ୟକ୍ତିଙ୍କ ମୁଣ୍ଡରେ ଲାଗିଥିବା ରକ୍ତ ଗୁଡ଼ିକ ସଫା କରି ଦେଉଛନ୍ତି । ଅତି ଯତ୍ନର ସହିତ ସେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ସୋସିଆଲ ମିଡିଆ ଟ୍ୱିଟରରେ ପୋଷ୍ଟ କରାଯାଇଛି । ବ୍ୟକ୍ତିଙ୍କୁ ଅସମୟରେ ସାହାଯ୍ୟ କରି ପୋଲିସର କର୍ତ୍ତବ୍ୟକୁ ପ୍ରମାଣ କରି ଦେଖାଇଛନ୍ତି ସନ୍ତୋଷୀ ।

Get real time updates directly on you device, subscribe now.