fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କାର୍ ଦୁର୍ଘଟଣାରେ ଆହତ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣା କର୍ଣ୍ଣାଟକର ମୈସୁରରେ ହୋଇଥିଲା । ଏହି ସମୟରେ କାର୍‌ରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଥିଲେ । କୁହାଯାଉଛି ଯେ, ଦୁର୍ଘଟଣାରେ ତାଙ୍କର ପୁଅ ଏବଂ ବୋହୁଙ୍କୁ ଗମ୍ଭୀର ଆଘାତ ଲାଗିଛି । ସେମାନଙ୍କୁ ଚିକିତ୍ସା ପାଇଁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ଦିନ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବାନ୍ଦିପୁର ନିକଟରେ ପ୍ରହଲ୍ଲାଦଙ୍କ କାର୍ ଡିଭାଇଡରରେ ପିଟି ହୋଇଥିଲା । ତେବେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଫଟୋରେ କାର୍‌ର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି । ତେବେ ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ପୁତୁରାଙ୍କର ଗୋଡ଼ ଫ୍ରାକଚର୍ ହୋଇଥିବା ଜଣା ପଡିଛି ।

Get real time updates directly on you device, subscribe now.