fbpx

ଚଳିତ ବର୍ଷ ବୈଜ୍ଞାନିକମାନେ ସନ୍ଧାନ କରିଛନ୍ତି ୧୨ଟି ଭୟଙ୍କର ଭାଇରସ୍, ଭବିଷ୍ୟତରେ ହୋଇପାରନ୍ତି ଘାତକ

ନୂଆଦିଲ୍ଲୀ: କରୋନା ଭାଇରସର ଲେଉଟାଣିକୁ ନେଇ ପୁଣି ଥରେ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ହଲଚଲ୍ । ଚୀନ ବ୍ୟତୀତ ଅନେକ ଦେଶକୁ ଏବେ ଭାଇରସ ଦ୍ରୁତ ଭାବେ କବଳିତ କରିସାରିଲାଣି । ଏଭଳି ସ୍ଥିତିରେ ଭାରତରେ ମଧ୍ୟ କୋଭିଡ-୧୯ ସଚେତନତା ନେଇ ପ୍ରତ୍ୟେକ ରାଜ୍ୟକୁ ଆଲର୍ଟ କରାଯାଇଛି । ତେବେ ଚଳିତ ବର୍ଷ ବୈଜ୍ଞାନିକମାନେ ୧୨ଟି ଭୟଙ୍କର ଭାଇରସର ସନ୍ଧାନ କରିଛନ୍ତି । ଏହି ଭାଇରସଗୁଡ଼ିକ ଭବିଷ୍ୟତରେ ଘାତକ ରୂପ ଧାରଣ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

୧- ଜମ୍ବି ଭାଇରସ: ଏହି ଭାଇରସ ୪୮,୫୦୦ ବର୍ଷ ପୂର୍ବେ ସମାପ୍ତ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା, ମାତ୍ର ସାଇବେରିଆରେ ବୈଜ୍ଞାନିକମାନେ ଏହାକୁ ପୁଣି ଥରେ ଜୀବିତ କରିଥିଲେ । ଗ୍ଲୋବାଲ ୱାର୍ମିଂରେ ଏହି ଭାଇରାସ୍ ଘାତକ ହୋଇପାରେ ।

୨- ଏଚଏସଭି-୧: ଏହି ଭାଇରସର ଚିହ୍ନଟ ୫୨୦୦ ବର୍ଷ ତଳୁ ହୋଇଥିଲା । ମାତ୍ର ଆଜିର ସମୟରେ ମଧ୍ୟ ଏହାର ଆଧୁନିକ ଭର୍ସନ ରହିଛି । ଏହା ଚୁମ୍ବନ ଦ୍ୱାରା ବ୍ୟାପିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

୩- ନର୍ସ ଗଡସ ଭାଇରସ: ଏହି ରହସ୍ୟମୟୀ ଭାଇରସର ଜେନେଟିକ ଅଂଶକୁ ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ଏହା ଅସଗାର୍ଡ ଆର୍କିୟାକୁ ମଧ୍ୟ ସଂକ୍ରମିତ କରିପାରେ ।

୪- ମୋନୋ ଭାଇରସ: ଏହି ଭାଇରସ ବହୁମୁଖୀ ସ୍କେଲେରୋସିସ ପରି ଅଟୋମ୍ୟୁନ ରୋଗ ସୃଷ୍ଟି କରିପାରେ । ଏହାକୁ ଏପଷ୍ଟିନ-ବାର ଭାଇରସ ମଧ୍ୟ କୁହାଯାଏ । ଏହା ବ୍ରେନ ଓ ମେରୁ ହାଡ଼ ଉପରେ ଆକ୍ରମଣ କରିପାରେ ।

୫- ଆର୍କାଟିକ ଲେକରେ ଜିଆଣ୍ଟ ଭାଇରସ: ଉତ୍ତର ଧ୍ରୁବଠାରୁ ୮୦୦ କିମି ଦୂରରେ ଥିବା ଦି ମିଲନୋ ଫିୟୋର୍ଡ ଏପିଶେଲ୍ଫ ହ୍ରଦ ଅବସ୍ଥିତ । ସେଠାରେ ଥିବା ଏହି ବିଶାଳକାୟ ଭାଇରସ ଆଲଜାଇକୁ ଖାଇଥାଏ । ଆକାର ଦୃଷ୍ଟିରୁ ଏହି ଭାଇରସ୍ ଅନେକ ବ୍ୟାକ୍ଟେିଆରିଆ ଠାରୁ ବଡ଼ ହୋଇଥାଏ ।

୬- ବ୍ୟାକ୍ଟେରିଆକୁ ଖାଉଥିବା ଭାଇରସ: ଯେଉଁ ଭାଇରସ ବ୍ୟାକ୍ଟେରିଆକୁ ସଂକ୍ରମିତ କରି ଖାଇଥାଏ, ତାହାକୁ ବ୍ୟାକ୍ଟେରିୟୋଫେଜ କୁହାଯାଏ । ଏଥିରୁ ପ୍ରଭାବଶାଳୀ ଆଣ୍ଟିବ୍ୟାକ୍ଟେରିଆ ତିଆରି ହୋଇପାରେ । ଏହି ଭାଇରସ ମଣିଷ ପାଇଁ ଲାଭକାରୀ ହୋଇଥାଏ ।

୭- ମଣିଷ ଶରୀରରେ ପ୍ରାଚୀନ ଭାଇରସ: ମଣିଷର ଜୀନୋମରୁ ପ୍ରାଚୀନ ଭାଇରସ ମିଳିଛି । ଏହାକୁ ଜଙ୍କ ଡିଏନଏ କୁହାଯାଉଛି । ଏହା ସର୍ବଦା ଟିସୁମାନଙ୍କ ମଧ୍ୟରେ ଘୂରୁଥାଏ । ଏହି ଭାଇରସ କ’ଣ କରୁଛି, ସେନେଇ ରହସ୍ୟମୟ ହୋଇ ରହିଛି ।

୮- ଟୋରୋ ଭାଇରସ: ଚଳିତ ବର୍ଷ ବୈଜ୍ଞାନିକମାନେ ପାଖାପାଖି ୫୫୦୦ ଭାଇରସର ସନ୍ଧାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଟୋରୋ ଭାଇରସ । ଏହା ମଣିଷର କ’ର କ୍ଷତି କରିପାରିବ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

୯- ଏରିନା ଭାଇରସ: ବିଶ୍ୱର ଅନେକ ସମୁଦ୍ରମାନଙ୍କରୁ ଆରଏନଏ ଭାଇସରକୁ ଠାବ କରାଯାଇଛି । ସେଥିମଧ୍ୟରେ ଗୋଟିଏ ହେଉଛି ଏରିନା ଭାଇରସ । ଏହା ସମୁଦ୍ରରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କୁ ସଂକ୍ରମିତ କରିଥାଏ ।

୧୦- ବ୍ଲକ-ଲେଗଡ ଟିକ: ପେନସିଲଭେନିଆର ଲରେନ୍ସ ଟାଉନଶିପ ରିକ୍ରିଏଶନଲ ପାର୍କରୁ କଳା ପାଦଧାରୀ ଟିକ ମିଳିଛି । ଏହି ଟିକ କାଟିବା ମଣିଷ ପାଇଁ ବିପଜ୍ଜନକ ହୋଇପାରେ । ଏହାର ନାମ ଡିୟର-ଟିକ ଭାଇରସ୍ ଦିଆଯାଇଛି ।

୧୧- ଜାପାନୀ ଇନ୍ସେଫାଲାଇଟିସ: ଏହି ଭାଇରସ୍ ବ୍ରେନରେ ବିପଦ ସୃଷ୍ଟି କରିଥାଏ । ମଛା କାମୁଡ଼ିବା ଦ୍ୱାରା ଏହା ବ୍ୟାପିଥାଏ ।

୧୨- ରସିଆନ ଫ୍ଲୁ: ଏହି ଭାଇରସ ୧୮୧୦ରେ ରୁଷରେ ବ୍ୟାପିଥିଲା । ପରେ ଏହା ସାରା ବିଶ୍ୱକୁ ସଂକ୍ରମିତ କରିଥିଲା । ଏହା କରୋନା ଭାଇରସ ପରିବାରର ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

Get real time updates directly on you device, subscribe now.