fbpx

Gandhi Fellowship 2023 ଘୋଷଣା: ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ମିଳିବ ମାସକୁ ୧୪ ହଜାର, ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ପିରାମଲ ଫାଉଣ୍ଡେସନ ପକ୍ଷରୁ ଗାନ୍ଧି ଫେଲୋଶିପର ଘୋଷଣା କରାଯାଇଛି । ଏଥିରେ ଯେ କୌଣସି ଷ୍ଟ୍ରିମର ଗ୍ରାଜୁଏସନ ଫାଇନାଲ ବର୍ଷର ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ କରିପାରିବେ । ଅନେକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଗ୍ରାଜୁଏସନ ପରେ ପାଠପଢ଼ା ଛାଡ଼ି ଛୋଟମୋଟ କାମ କରିବାକୁ ବାଧ୍ୟ ହୋଇଥାନ୍ତି । ଏଭଳି ସ୍ଥିତିରେ ଗାନ୍ଧି ଫେଲୋଶିପ ପ୍ରୋଗ୍ରାମ ସେମାନଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

ଆଜିଠାରୁ ଗାନ୍ଧି ଫେଲୋଶିପ ୨୦୨୩ର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀମାନେ ଅଫିସିଆଲ ୱେବସାଇଟ୍ gandhifellowship.orgକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ । ଛାତ୍ରଛାତ୍ରୀଙ୍କୁ ୱେବସାଇଟକୁ ଯାଇ ପ୍ରଥମେ ଲାଟେଷ୍ଟ ନୋଟିଫିକେସନସ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ ଗାନ୍ଧି ଫେଲୋଶିପ୍ ରେଜିଷ୍ଟ୍ରେସନ ଫର୍ମର ଲିଙ୍କ ଉପରେ କ୍ଲିକ କରିବେ । ତା’ପରେ ଆପ୍ଲାଏ ନାଓ ଉପରେ କ୍ଲିକ କରି ନାମ, ମୋବାଇଲ ନମ୍ବର ଓ ଇ-ମେଲ ପ୍ରଦାନ କରିବେ । ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ ଫର୍ମ ଭରିବାକୁ ପଡ଼ିବ ।

ଏଥିରେ ପଞ୍ଜିକରଣ କରିବା ପାଇଁ ଆଶାୟୀଙ୍କ ବୟସ ୨୦୨୨ ମସିହା ଅକ୍ଟୋବର ମାସ ସୁଦ୍ଧା ୨୬ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ଷ୍ଟ୍ରିମର ହେଲେ ଚଳିବ । ଅନ୍ତିମ ବର୍ଷର ଗ୍ରାଜୁଏଟ ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ । ଗ୍ରାଜୁଏସନରେ ୫୫ ପ୍ରତିଶତ ନମ୍ବର ହାସଲ କରିଥିଲେ ଏଥିରେ ରେଜିଷ୍ଟ୍ରେସନ କରିପାରିବେ । ଏଥିରେ ସିଲେକ୍ଟ ହେଉଥିବା ପ୍ରାର୍ଥୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଫଲୋଶପର ଫାଇଦା ମିଳିଥାଏ । ପ୍ରାର୍ଥୀଙ୍କୁ ପ୍ରତ୍ୟେକ ମାସରେ ୧୪ ହଜାର ଟଙ୍କା ସହିତ ମୋବାଇଲ ଭତ୍ତା ଭାବେ ୬୦୦ ଟଙ୍କା ମିଳିବ । ଏଥିସହିତ ଯାତ୍ରା ଓ ହାଉସିଂ ସମେତ ଅନେକ ସୁବିଧା ମିଳିଥାଏ ।

Get real time updates directly on you device, subscribe now.