ଜାନୁୟାରୀ ୩ ତାରିଖରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ: ୧୧ ଦିନ ପର୍ଯ୍ୟନ୍ତ ଚାଲିବ ଉତ୍ସବ

ବରଗଡ଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତାବର୍ଷ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା । ଏହି ମହୋତ୍ସବ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ ଧନୁଯାତ୍ରା । ଏ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ବରଗଡ଼ ଧନୁଯାତ୍ରା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଜାନୁୟାରୀ ୩ ତାରିଖରେ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ପାଇଁ ବରଗଡ଼ ସହରରେ ଧନୁଯାତ୍ରାର କୁମ୍ଭ ଲାଗିବା ନେଇ ନିଷ୍ପତ୍ତି ହୋଇଛି । ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତ୍ତମାନ ଏହି ଦିନକୁ କୋଟି କୋଟି ଶ୍ରଦ୍ଦାଳୁ ଅପେକ୍ଷା କରି ରହିଛନ୍ତି ।

Get real time updates directly on you device, subscribe now.