fbpx

ବେକରେ ସାପ ଗୁଡାଇ ଶିବ ବେଶ ଧରି ନାଚୁଥିଲେ ଯୁବକ, ବିନ୍ ର ସ୍ୱର ଶୁଣି ଚୋଟ ମାରିଲା ସାପ

Advertisement

ମାଧେପୁରା: ଭଗବାନ ଶିବ ସର୍ବଦା ବେକରେ ବିଷଧର ସାପ ଗୁଡାଇ ହୋଇଥାନ୍ତି । ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିବା ହଳାହଳ ବିଷ ପାନ କରିଥିବାରୁ ସେ ନୀଳକଣ୍ଠ ଭାବରେ ଜଣାଶୁଣା । କିନ୍ତୁ ଶିବଙ୍କୁ ସାପ ଚୋଟ ମାରିବା କଥାଟି ଶୁଣି ଆପଣ ନିଶ୍ଚୟ ଏହା ଏକ ମନଗଢା କାହାଣୀ ବୋଲି ଭାବୁଥିବେ । କିନ୍ତୁ ଏଠି ଅସଲି ଶିବ ନୁହେଁ ନକଲି ଶିବଙ୍କୁ ଅସଲି ସାପ ଚୋଟ ମାରିଛି ।

ବିହାର ମାଧେପୁର ଜିଲ୍ଲାର ମୂରଲୀଗଞ୍ଜ ଦୁର୍ଗା ସ୍ଥାନ ମନ୍ଦିର ପରିସରରେ ବୁଧବାର ରାତିରେ ଏକ ଭଜନ କାର୍ଯ୍ୟକ୍ରମର ଆୟୋଜନ ଚାଲିଥିଲା । ଏହି ସମୟରେ ଜଣେ ବ୍ୟକ୍ତି ବେକରେ ଅସଲି ସାପ ଗୁଡାଇ ଭଗବାନ ଶିବଙ୍କ ବେଶରେ ସେଠାରେ ନୃତ୍ୟ କରିବାକୁ ଆସିଥିଲେ । କିନ୍ତୁ ଯୁବକ ଜଣକ ନୃତ୍ୟ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କ ବେକରେ ଥିବା ସାପ ତାଙ୍କୁ ଚୋଟ ମାରିଥିଲା । ଏହି କାରଣରୁ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଯୁବକଙ୍କ ବୟସ ମାତ୍ର ୩୦ ହୋଇଥିବା ବେଳେ ତାଙ୍କ ନାମ ମୁକେଶ କୁମାର ଥିବା ଜଣାଯାଇଛି ।

ମୂରଲୀଗଞ୍ଜ ଦୁର୍ଗା ମନ୍ଦିର ପରିସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ କୀର୍ତ୍ତନ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ବାବା ଭୋଳାନାଥ ବେଶ ଧରି ଜଣେ ଯୁବକ ସେଠାରେ ପ୍ରବେଶ କରିଥିଲେ । ତାଙ୍କ ବେକରେ ବିଷାକ୍ତ ସାପ ଗୁଡାଯାଇଥିଲା । କାର୍ଯ୍ୟକ୍ରମରେ ଭଜନ କୀର୍ତ୍ତନ ଚାଲିଥିଲା ଏବଂ ଏହା ସହିତ ବାବା ଭେଳାନାଥ ବେଶ ଧରିଥିବା ମୁକେଶ ବିନ୍ ର ତାଳେ ତାଳେ ନୃତ୍ୟ କରିବା ଆରମ୍ଭ କରି ଦେଇଥିଲେ । ଏହି ସମୟରେ ବିନ୍ ର ସ୍ୱର ଶୁଣି ଯୁବକଙ୍କୁ ସାପ ଦଂଶନ କରିଥିଲା ।

ମୁକେଶଙ୍କୁ ସାପ କାମୁଡି ଦେବା ପରେ ଉପସ୍ଥିତ କୀର୍ତ୍ତନ ମଣ୍ଡଳୀ ତାଙ୍କୁ ମେଡିକାଲ୍ ନେବା ପରିବର୍ତ୍ତେ ତାଙ୍କର ଝଡା ଫୁଙ୍କା ଆରମ୍ଭ କରି ଦେଇଥିଲେ । ଚିକିତ୍ସା ବିଳମ୍ବ ହେବା କାରଣରୁ ମୁକେଶର ସ୍ୱାସ୍ଥ୍ୟ ଧୀରେ ଧୀରେ ଅଧିକ ଖରାପ ହୋଇ ଯାଇଥିଲା । ଏହାପରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ବହୁତ ବିଗିଡି ଯାଇଥିବାରୁ ସେଠୁ ତାଙ୍କୁ ଜିଲ୍ଲା ମେଡିକାଲ ରେଫର କରି ଦିଆଗଲା । ମେଡିକାଲ୍ ଯିବା ସମୟରେ ରାସ୍ତାରେ ମୁକେଶଙ୍କର ମୃତ୍ୟୁ ହୋଇଯାଇଥିଲା ।

ମୁକେଶର ମୃତ୍ୟୁ ହେବା ପରେ ଉପସ୍ଥିତ ଭଜନମଣ୍ଡଳୀ ଶବକୁ ଛାଡି ଫେରାର ହୋଇଯାଇଥିଲେ । ପରେ ପୋଲିସ ଖବର ପାଇ ସେଠାକୁ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକଙ୍କ ପରିବାର ଲୋକଙ୍କ ୁ ଘଟଣା ବିଷୟରେ ଖବର ଦେଇଥିଲା ।

Get real time updates directly on you device, subscribe now.