BREAKING: “ସାବତ ମା’ ମତେ ମାରିଥିଲେ”, ମୃତ୍ୟୁ ପୂର୍ବରୁ ଯୁବକଙ୍କ ଶେଷ ବୟାନ

କାଲି ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଯୁବକ।

ବାଲିପାଟଣା: ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖି ବୁଜିିଲେ ଯୁବକ।

କାଲି ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଯୁବକ। ଘଟଣା ସ୍ଥଳରେ ହିଁ ସମ୍ପୁର୍ଣ୍ଣ ଜଳି ଯାଇଥିଲେ ଯୁବକ।

ଶେଷ ବୟାନରେ ଯୁବକ କହିଥିଲେ ବାପା, ସାବତ ମା’, ସାନ ଭାଇ ମାରିଥିବା କହିଥିଲେ ପୀଡ଼ିତ।

ମୃତ୍ୟୁ ପୂର୍ବରୁ ଗୁରୁତର ଅଭିଯୋଗ ଆଣିଥିଲେ ଜ୍ୟୋତିପ୍ରକାଶ। ସାବତ ମା’ଙ୍କୁ ଅଟକାଇ ପଚରାଉଚରା କରୁଛି ପୋଲିସ।

ଗତକାଲି ଦେହରେ ନିଆଁ ଲଗାଇ ରାସ୍ତା ଉପରେ ଦିନ ଦ୍ୱିପ୍ରହରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ କରିଥିଲେ। ବାଲିପାଟଣା ଛକରେ ଘଟିଥିଲା ଏଭଳି ଘଟଣା।

ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦେହ ୮୦ରୁ ଅଧିକ ପ୍ରତିଶତ ପୋଡ଼ି ଯାଇଥିବା କୁହାଯାଉଥିଲା।

ସୂଚନାନୁସାରେ, ଏବେ ରାଜ୍ୟରେ ଜଳିଯିବା ଘଟଣା ତୀବ୍ର ବେଗରେ ବଢି ଚାଲିଛି। କେତେବେଳେ ଛାତ୍ରୀ ତ ଆଉ କେତେବେଳେ ମହିଳା। ଆଉ ଏବେ ସେହି ପୋଡ଼ି ହେବା ଧାରାରେ ସାମିଲ ହୋଇଛନ୍ତି ଯୁବକ।