fbpx

ପ୍ରେମିକକୁ ଅନ୍ଧାରରେ ଭେଟିବା ପାଇଁ ଏମିତି କରୁଥିଲେ ଯୁବତୀ: କିନ୍ତୁ ଧରା ପଡ଼ିଗଲେ, ଆଉ ତା’ ପରେ…

ବିହାର: କୁହାଯାଏ ଯେ, ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡିଲେ ଲୋକେ ଖାଇବା-ପିଇବା, ଦିନ-ରାତି ସବୁ ଭୁଲିଯାନ୍ତି । କେହି କେହି ପ୍ରେମ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ତେବେ ଏହି ପ୍ରେମକୁ ନେଇ ଏକ ଏଭଳି ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ପ୍ରେମରେ ଅନ୍ଧ ଜଣେ ଯୁବତୀ ନିଜ ପ୍ରେମିକକୁ ଭେଟିବା ପାଇଁ ପୁରା ଗାଁର ବିଦ୍ୟୁତ କାଟି ଦେଉଥିଲେ । କିନ୍ତୁ ଦିନେ ଏମିତି କିଛି ଘଟଣା ଘଟିଲା, ଯାହା ତାଙ୍କର ଚୋରାପୀରତୀକୁ ସମସ୍ତଙ୍କ ଆଗରେ ପକାଇ ଦେଇଛି ।

ସୂଚନା ଅନୁସାରେ ବିହାରର ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଭେଟିବା ପାଇଁ ସାରା ଗାଁର ବିଦ୍ୟୁତ କାଟି ଦେଉଥିଲେ । ଗାଁରେ ଲାଇନ୍ କଟୁ ନଥିବାରୁ ପ୍ରେମିକା ନିଜ ପ୍ରେମିକକୁ ଭେଟିବା ପାଇଁ ସୁଯୋଗ ପାଉନଥିଲେ । ତେଣୁ ସବୁଦିନ ରାତିରେ ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଯାଇ ଏୟାର ବ୍ରେକ ପକାଇ ଦେଉଥିଲେ, ଫଳରେ ସାରା ଗାଁରେ କରେଣ୍ଟ କଟିଯିାଇ ଅନ୍ଧାର ହୋଇଯାଉଥିଲା । ଏହାପରେ ଅନ୍ଧାରର ସୁଯୋଗ ନେଇ ପ୍ରେମୀ ଯୁଗଳ ପରସ୍ପରକୁ ଭେଟିଥାନ୍ତି । ତେବେ ଗାଁରେ ଏମିତି ଘଟଣା ବାରମ୍ବାର ଘଟିବା ପରେ ଶେଷରେ ଯୁବତୀଙ୍କ ଏହି କାରନାମା ଗାଁ ଲୋକଙ୍କ ଆଗରେ ଧରା ପଡିଯାଇଛି । ଦିନେ ଯୁବତୀଜଣକ ପୂର୍ବ ଭଳି କରେଣ୍ଟ କାଟି ଦେଇ ପ୍ରେମିକକୁ ଦେଖା କରିବାକୁ ଯାଉଥିବା ବେଳେ ଗାଁ ଲୋକେ ଦୁଇ ପ୍ରେମୀ ଯୁଗଳଙ୍କୁ ଅସଞ୍ଜତ ଅବସ୍ଥରେ ଧରି ପକାଇଥିଲେ । ଏହି ଘଟଣା ଯୋଗୁଁ ଉଭୟଙ୍କୁ ପରେ ନିର୍ଦ୍ଧୁମ ମାଡ ମାରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଗାଁରେ ବାରମ୍ବାର ବିଜୁଳି କଟିବାରୁ ଦିନକୁ ଦିନ ଚୋରି ଘଟଣା ମଧ୍ୟ ବଢିଯାଇଥିଲା । ଲୋକଙ୍କ ଘରୁ ମୋଟର ସାଇକେଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଥିଲା। ତେଣୁ ଲୋକମାନେ ଏହି ବିଦ୍ୟୁତ କାଟକୁ ଚୋରମାନଙ୍କର ଏକ ଷଡଯନ୍ତ୍ର ବୋଲି ଭାବୁଥିଲେ । ଏହାପରେ ଗାଁର ଲୋକମାନେ ସଜାଗ ରହିବା ସହ ମନିଟରିଂ ଆରମ୍ଭ କରିଥିଲେ । ସବୁ ଦିନ ପରି ସେଦିନ ମଧ୍ୟ ପ୍ରେମିକା ଜଣକ ପ୍ରେମିକକୁ ଦେଖା କରିବାକୁ ଯାଇଥିବା ସମୟରେ ଗାଁ ଲୋକଙ୍କ ହାତରେ ଧରା ପଡିବା ସହ ନିର୍ଦ୍ଧୁମ ଛେଚା ଖାଇଥିଲେ । ପରେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଗାଁ ଲୋକେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରେମିକା ଓ ପ୍ରେମିକକୁ ଗିରଫ କରିଛି ।

Get real time updates directly on you device, subscribe now.