fbpx
BJD SKY
BJD SKY

ଅଗଷ୍ଟ 8 ରେ ସଂସଦ ଭଙ୍ଗ କରିବେ ପାକିସ୍ତାନ ସରକାର, କ୍ଷମତାରେ ଥିବା ପିଡିଏମ ସହିତ ଦୁଇ ସହଯୋଗୀ ଦଳର ସହମତି

BJD

ନୂଆଦିଲ୍ଲୀ: ପାକିସ୍ତାନରେ ସରକାର ପାଞ୍ଚବର୍ଷ ପୁରଣ କରିବା ପୁର୍ବରୁ ସଂସଦ ଭଙ୍ଗ କରିବାକୁ ନିଷ୍ପତି ନେଇଛନ୍ତି କ୍ଷମତାସୀନ ପିଡିଏମ୍ ଏବଂ ଏହାର ସହଯୋଗୀ ଦୁଇ ଦଳ । ପାଞ୍ଚବର୍ଷ କାର୍ଯ୍ୟକାଳ ପୁରଣ ହେବାର କିଛି ଦିନ ପୁର୍ବରୁ ଅଗଷ୍ଟ ୮ ତାରିଖରେ ସଂସଦ ଭଙ୍ଗ କରିବାକୁ ନିଷ୍ପତି ହୋଇଛି, ଯାହା ଫଳରେ ସାଧାରଣ ନିର୍ବାଚନ ପାଇଁ ଅତିରିକ୍ତ ସମୟ ମିଳିପାରିବ । ସ୍ଥାନୀୟ ଗଣମାଧ୍ୟମ ମଙ୍ଗଳବାର ସନ୍ଧ୍ୟାରେ ଏହି ରିପୋର୍ଟ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ କ୍ଷମତାରେ ଥିବା ସରକାରଙ୍କ ପାଞ୍ଚବର୍ଷ ସମ୍ବିଧାନିକ କାର୍ଯ୍ୟକାଳ ୧୨ ଅଗଷ୍ଟ ମଧ୍ୟରାତ୍ରୀରେ ଶେଷ ହେଉଥିଲା । କେନ୍ଦ୍ର ସରକାରଙ୍କ ଦୁଇ ପ୍ରମୁଖ ଦଳ ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଗଷ୍ଟ ୮ ରେ ବିଧାନସଭା ଭଙ୍ଗ କରିବାକୁ ରାଜି ହୋଇଛନ୍ତି ।

ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ୯ ଏବଂ ୧୦ ଅଗଷ୍ଟ ତାରିଖକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ସଂସଦର ନିମ୍ନ ଗୃହର ଶୀଘ୍ର ଭଙ୍ଗ ପାଇଁ କୌଣସି ପ୍ରତିବନ୍ଧକକୁ ଏଡାଇବା ପାଇଁ ଅଗଷ୍ଟ ୮ ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରପତି ଏହି ସୁପାରିଶକୁ ଅନୁମୋଦନ ନକଲେ ୪୮ ଘଣ୍ଟା ମଧ୍ୟରେ ଜାତୀୟ ବିଧାନସଭା ଭାଙ୍ଗିଯାଇଥାଏ । ଯାହା ଫଳରେ ସରକାର ସମୟ ପୁର୍ବରୁ ଭାଙ୍ଗିବାକୁ ନିଜର ଲକ୍ଷ୍ୟ ହାସଲ କରିବାକୁ ପର୍ଯ୍ୟାପ୍ତ ସମୟ ଦେଇଥାଏ ।

 

 

Get real time updates directly on you device, subscribe now.