ନୂଆଦିଲ୍ଲୀ: ଦେଶରେ ପ୍ରତି ବର୍ଷ ପାଞ୍ଚ ଲକ୍ଷ ସଡକ ଦୁର୍ଘଟଣା ଘଟୁଛି। ଏହାର ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜ୍ୟମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ସୋମବାର ଦେଶରେ ଘଟୁଥିବା ସଡକ ଦୁର୍ଘଟଣା ଉପରେ ଆଲୋଚନା କରିଛନ୍ତି ନୀତିନ ଗଡକରୀ। କେନ୍ଦ୍ର ମନ୍ତ୍ରୀ ନୂତନ ଭାବେ ଆରମ୍ଭ ହେଉଥିବା କାରବାର ମାମଲାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଗୁଡିକ କମ୍ପାନୀମାନଙ୍କୁ ଏନଓସି ଦେବାରେ ସେତେଟା ସକ୍ରିୟତା ଦେଖାଉ ନାହାନ୍ତି। ତଥ୍ୟ କହୁଛି ଦେଶରେ ପ୍ରତି ବର୍ଷ ଦେଢ ଲକ୍ଷରୁ ଅଧିକ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି।
ଗଡକରୀ କହିଛନ୍ତି, କନସଲଟାନ୍ସଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ(DPRs)ରେ ହେଉଥିବା ତ୍ରୁଟି ହିଁ ସଡକ ଦୁର୍ଘଟଣାର ମୁଖ୍ୟ କାରଣ। ପ୍ରତି ବର୍ଷ ଦେଶରେ ପାଞ୍ଚ ଲକ୍ଷ ସଡକ ଦୁର୍ଘଟଣା ଘଟୁଛି। ଏଥିରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି। କନସଲଟାନ୍ସ ପ୍ରସ୍ତୁତିରେ ହେଉଥିବା ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟରେ ଭୁଲ୍ କାରଣରୁ ସଡକ ଦୁର୍ଘଟଣା ଘଟୁଛି। ତେଣୁ ଡିପିଆର ପ୍ରସ୍ତୁତିରେ ଗୁଣବତ୍ତା ସଂପର୍କିତ ପରିବର୍ତ୍ତନର ଆବଶ୍ୟକତା ରହିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କାରବାର ମାମଲାରେ ରାଜ୍ୟ ସରକାରଗୁଡିକ ଉଦାସୀନତା ରହୁଛନ୍ତି। ଏହା ପଛର କାରଣ କଣ ମୁଁ ଜାଣି ପାରୁନି। ନିବେଶକଙ୍କୁ ଉପଯୁକ୍ତ ଭିତ୍ତିଭୂମି ଯୋଗାଇବାରେ ସକ୍ରିୟ ଭୂମିକା ନିଭାଉ ନାହାନ୍ତି। ଇଜି ଅଫ ଡୁଇଙ୍ଗ ବିଜନେସର ଇଣ୍ଡେକ୍ସ ରାଙ୍କିଙ୍ଗ୍ ବିଗିଡିବାରେ ଏହା ହେଉଛି ବଡ କାରଣ।