fbpx

୮.୧ ବିଲିୟନ ଲୋକ ଏବେ ବିଶ୍ୱରେ ଅଛନ୍ତି, ୨୦୨୨ ରେ ଥିଲେ ୭୯୫ କୋଟି, ଭାରତ ଅଛି ସର୍ବାଗ୍ରେ

ଓଡିଶା ଭାସ୍କର: ବିଶ୍ୱରେ ପ୍ରାୟ ୮.୧ ବିଲିୟନ ଲୋକେ ଏବେ ବସବାସ କରୁଛନ୍ତି । ଯାହା ୨୦୨୨ ମସିହା ତୁଳନାରେ ବଢିଛି । ଏହି ତାଲିକାରେ ଭାରତ ଜନସଂଖ୍ୟାରେ ପ୍ରଥମେ ଆସୁଛି । ଏହା ପଛକୁ ରହିଛି ଚୀନ, ଆମେରିକା ଓ ଇଣ୍ଡୋନେସିଆ ଭଳି ଦେଶ । ତାଲିକାରେ ପଞ୍ଚମ ସ୍ଥାନରେ ପାକିସ୍ତାନ ଆସିଥାଏ । ଭାରତର ବର୍ତ୍ତମାନର ଜନସଂଖ୍ୟା ହେଉଛି ୧,୪୪୧,୯୮୧,୭୪୪ । ଯାହା ୨୦୨୩ ବର୍ଷ ତୁଳନାରେ ୦.୯୨ ପ୍ରତିଶତ ଅଧିକ ।

୧୧ ଜୁଲାଇକୁ ସାରା ବିଶ୍ୱରେ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ବୈଶ୍ୱିକସ୍ତରରେ ଜନସଂଖ୍ୟା ଭଳି ସମସ୍ୟା ଓ ସମାଜରେ ତାହାର ପ୍ରଭାବ ଉପରେ ଜାଗରଣ ସୃଷ୍ଟି କରିବା । ସଂଯୁକ୍ତରାଷ୍ଟ୍ର ଦ୍ୱାରା ସ୍ଥାପିତ ଏହି ମହତ୍ତ୍ୱପୂର୍ଣ୍ଣ ଆୟୋଜନ ପ୍ରଜନନ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ଲିଙ୍ଗଗତ ସମାନତା ତଥା ସତତ ବିକାଶ ଭଳି ଚିନ୍ତାଧାରା ଉପରେ ପର୍ଯ୍ୟବେସିତ । ଏହା ସରକାର, ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଜନସଂଖ୍ୟାକୁ ନେଇ ମଞ୍ଚ ପ୍ରଦାନ କରେ । ଭବିଷ୍ୟକୁ ସୁନିଶ୍ଚିତ କରିବା ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କେତେ ଜରୁରୀ ଏହି ଦିବସ ତାହା ସୂଚିତ କରେ ।

ବିଶ୍ୱ ଜନସଂଖ୍ୟା ଦିବସ ପ୍ରଥମଥର ପାଇଁ ୧୯୮୯ ମସିହାରେ ପାଳନ କରାଯାଇଥିଲା । ଚଳିତବର୍ଷ ବିଶ୍ୱ ଜନସଂଖ୍ୟା ଦିବସର ଚିନ୍ତାଧାରା ହେଉଛି, ‘କାହାକୁ ପଛରେ ନ ଛାଡି ସମସ୍ତଙ୍କୁ ଗଣନା କରିବା’ ।

Get real time updates directly on you device, subscribe now.