ବିଳମ୍ବରେ ବିବାହ ଦ୍ୱାରା ଜଣେ ବ୍ୟକ୍ତି ଅଧିକ ଅଭିଜ୍ଞ ଭାବରେ ସମ୍ପର୍କକୁ ବୁଝିଥାଏ ଓ ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିଥାଏ । ଯାହା ପତି-ପତ୍ନୀଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରିଥାଏ । ବିଳମ୍ବରେ ବିବାହ କରିବା ଦ୍ୱାରା ଦମ୍ପତି ପରସ୍ପରର ଦାୟିତ୍ୱ ଏବଂ ପ୍ରାଥମିକତାକୁ ବୁଝିପାରନ୍ତି ।
ଏହିପରି ଦମ୍ପତିମାନେ କଥା କଥାରେ ହେଉଥିବା ଝଗଡ଼ାରୁ ବର୍ତ୍ତିବା ସହ ସେମାନଙ୍କ ସମ୍ପର୍କ ପାଇଁ କ’ଣ ସର୍ବୋତ୍ତମ, ତାହା ମଧ୍ୟ ଜାଣନ୍ତି ।
ଉପଯୁକ୍ତ ମ୍ୟାଚିଂର ଅଭାବ: ଯଦି ବିବାହ ଶୀଘ୍ର କରାଯାଇଥାଏ ତେବେ ସଠିକ୍ ମେଳଣ ପାଇଁ ସମୟ ନଥାଏ, ଯେଉଁ କାରଣରୁ ଉଭୟ ଜୀବନସାଥୀଙ୍କୁ ବୁଝିବାରେ ଅସୁବିଧା ହୋଇପାରେ ।
ଯଦି ଆପଣ ଭୁଲ ବ୍ୟକ୍ତିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି, ତେବେ ଜୀବନରେ ଆପଣଙ୍କ ଉତ୍ସାହ ସଂପୂର୍ଣ୍ଣ ଶେଷ ହୋଇଯାଏ । ଯେତେବେଳେ କି ଏକ ଭଲ ସାଥୀ ସହିତ ଆପଣ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତି ।
ସ୍ଥିରତା ଏବଂ ଆର୍ôଥକ ଅବସ୍ଥା: ବିଳମ୍ବରେ ବିବାହ କରି ଜଣେ ବ୍ୟକ୍ତି ବିବାହ ପୂର୍ବରୁ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରେ, ଯାହା ବିବାହ ପରେ ସ୍ଥିରତା ଏବଂ ସୁରକ୍ଷା ଯୋଗାଇଥାଏ ।
ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପରେ ମ୍ୟାଚୁରିଟୀ ବଢ଼ିଯାଇଥାଏ ଏବଂ ତେଣୁ ଆପଣ ନିଜ ସାଥୀକୁ ଭଲ ଭାବରେ ବୁଝିପାରନ୍ତି । ଏହା ବ୍ୟତୀତ ସମ୍ପର୍କକୁ ଅତି ଦାୟିତ୍ୱ ସହ ତୁଲାନ୍ତି ।