fbpx
BJD SKY
BJD SKY

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁଣି ବିଜେପିକୁ ଫେରିବେ: ଗତବର୍ଷ ଟିକେଟ୍ ନ ମିଳିବାରୁ ପଦ୍ମ ଛାଡ଼ି ହାତ ଧରିଥିଲେ

BJD

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ୨୦୨୪କୁ ଆଉ ମାତ୍ର କିଛି ମାସ ବାକି ଅଛି । ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ ନେତାମାନଙ୍କର ଘର ବାହୁଡ଼ା, ଦଳ ଅଦଳବଦଳ ଋତୁ ଆରମ୍ଭ ହୋଇଗଲାଣି । ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ହେଭିୱେଟ୍ ରାଜନେତା ପୁଣି ଥରେ ଘରକୁ ଫେରୁଥିବା ନେଇ ଖବର ମିଳିଛି ।

ସୂଚନା ମୁତାବକ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଆଜି ବିଜେପିରେ ସାମିଲ ହେବେ । ସାତ ମାସ ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏପ୍ରିଲ ମାସରେ ସେ ପଦ୍ମ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ପାଦ ଥାପିଥିଲେ । ବିଜେପି ପକ୍ଷରୁ ତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆନଯିବାରୁ ସେଥିରେ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଫୁଲକୁ ବାଏ ବାଏ କରିଦେଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିଲା । ଜଗଦୀଶଙ୍କୁ କଂଗ୍ରେସ ରାଜ୍ୟ ବିଧାନ ପରିଷଦର ସଦସ୍ୟ (ଏମଏଲସି) କରିଥିଲା ।

ବିଜେପିରେ ସାମିଲ ହେବା ପାଇଁ ଜଗଦୀଶ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙଙ୍କ ସହିତ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଜଗଦୀଶ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ । ତେବେ ସାତ ମାସ ପରେ ଜଗଦୀଶ କଂଗ୍ରେସ ଛାଡ଼ି ପୁଣି ଥରେ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ପାଖାପାଖି ୩୦ ବର୍ଷ ଧରି ଜଗଦୀଶ ବିଜେପି ସହିତ ଜଡ଼ିତ ଥିଲେ । ଜଗଦୀଶଙ୍କ ଏହି ପଦକ୍ଷେପ ଫଳରେ କର୍ଣ୍ଣାଟକରେ କଂଗ୍ରେସକୁ ଝଟକା ଲାଗିଥିବା ବେଳେ ବିଜେପିକୁ ଫାଇଦା ମିଳିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.