fbpx

OJEE ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ଆଜିଠାରୁ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୬ ତାରିଖରେ ଓଜେଇଇ ଅନୁଷ୍ଠିତ ହେବ । ମେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ରାଜ୍ୟ ଭିତରେ ୩୦ଟି କେନ୍ଦ୍ରରେ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବେ । ଓଜେଇଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଆଜିଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ ।

ଆଜିଠାରୁ ଓଜେଇଇ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ତାହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ମାର୍ଚ୍ଚ ୧୬ ଓ ୧୭ରେ ସଂଶୋଧନ ହେବ । ୩୦ ତାରିଖରେ ଆଡମିଟ୍ କାର୍ଡ ସହ ପରୀକ୍ଷା ହଲ୍ ଟିକେଟ ଡାଉନଲୋଡ୍ କରାଯିବ । ପରୀକ୍ଷା କିଭଳି ସଠିକ୍ ଭାବେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ବି.ଫାର୍ମା, ଏମସିଏ, ଏମବିଏ, ବି.ଟେକ, ଏମ.ଟେକ, ଏମ.ଆର୍ଚ ଓ ଏମ.ଫାର୍ମା ପାଠ୍ୟକ୍ରମ ପାଇଁ ପରୀକ୍ଷା ହେବ ।

ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ଼ରେ ପ୍ରବେଶିକା ପରୀକ୍ଷା ହେବ । ଆଗ୍ରାହୀ ପ୍ରାର୍ଥୀମାନେ ଓଜେଇଇର ଅଫିସିଆଲ ୱେବସାଇଟ ଜରିଆରେ ଅନଲାଇନରେ ଆବେଦନ କରିପାରିବେ । ପରୀକ୍ଷାର୍ଥୀମାନେ କିଭଳି ଭାବେ ସଠିକ୍ ଭାବେ ଯାଞ୍ଚ କରି ଫର୍ମପୂରଣ କରିପାରିବ ସେନେଇ ପରାମର୍ଶ ଦିଆଯାଇଛି । ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ ନୀତି, ପରୀକ୍ଷା ଢାଞ୍ଚା ଓ ସିଲାବସ ବାବଦରେ ବିସ୍ତୃତ ତଥ୍ୟ ୱେବସାଇଟରେ ମିଳିପାରିବ ।

Get real time updates directly on you device, subscribe now.