ବାଲେଶ୍ୱର: (ଓଡ଼ିଶା ଭାସ୍କର) ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି ସହ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି କୋଚ୍ ବାହାନଗା ରେଲୱେ ଷ୍ଟେସନରେ ପଡି ରହିଥିଲା । ଏହି ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ଜୁନ୍ ୨ ତାରିଖରେ ସାଲିମାର୍-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲୁପଲାଇନ୍ ଚାଲିଯାଇ ବାହାନଗା ଷ୍ଟେସନ ଠାରୁ କିଛି ମାତ୍ର ଦୂରରେ ଛିଡା ହୋଇଥିବା ଏକ ମାଲଗାଡି ଉପରେ ମାଡିଯାଇଥିଲା ଏବଂ ଲାଇନଚ୍ୟୁତ ହୋଇଯାଇଥିଲା ।
ଦୁର୍ଭାଗ୍ୟକୁ ଏହାର କିଛି ମିନିଟ ପରେ ଆସିଥିଲା ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଏକ୍ସପ୍ରେସ୍, ଯାହା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ ସହ ଭୀଷଣ ଭାବେ ଧକ୍କା ହୋଇଥିଲା । ଯେଉଁଥିରେ ୨୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହଶହ ଲୋକ ଆହତ ହୋଇଥିଲେ । ଏବଂ କିଛି ଲୋକ ନିଖୋଜ ମଧ୍ୟ ହୋଇଗଲେ । ଏବେ ବି ସେହି ବାହାନଗାର କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ସ୍ଥାନକୁ ଦେଖିଲେ ଭୟବିତ ହୋଇଯାଉଛନ୍ତି ଲୋକେ । ସେହି ଛାତିଥରା ଦୁର୍ଘଟଣା ଚିତ୍ର ଆଖି ସାମ୍ନକୁ ଆସିଯାଉଛି । ସେହି ବାହାନଗା ବଜାର ଟ୍ରେନ୍ ଲାଇନ୍ ଦେଇ ଯିବାକୁ ଭୟ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ପିଲାମାନେ ସ୍କୁଲକୁ ଯିବା ଆସିବା କରିପାରୁନାହାଁନ୍ତି । ଅଭିଭାବକଙ୍କ ବିନା ଛୁଆକୁ ବାହାରକୁ ଛାଡିବାକୁ ଡରୁଛନ୍ତି ।
ଏବେ ବି ବାହାନଗା କରମଣ୍ଡଳ ଏକ୍ସପ୍ରେସ ବଗିରେ ଲୋକଙ୍କ କପଡ଼ା ତା ସାଙ୍ଗପୁ ବିଭିନ୍ନ ପ୍ରକାର ସାମଗ୍ରୀ ପଡିରହିଛି । ଯାହାକୁ ଦେଖି ଭାବୁଛନ୍ତି ସ୍ଥାନୀୟ ଲୋକେ ଏବେ ବି ଭାବୁଛନ୍ତି ଟ୍ରେନ୍ ଭିରେ କେହି ଲୋକ ଅଛନ୍ତି । ରୋଲ ବିଭାଗର ସେହି ସ୍ଥାନକୁ ଆସି ଡାଙ୍କି ଦେଇ ଗଲା । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ସେହି ବାଟ ଦେଇ ଗଲେ ଟିକେ ପବନରେ ପଲିଥିନଟିଏ ଉଡିଗଲେ ଭୟବିତ ହେବା ସହ ସେ ଦୃଶ୍ୟ ଦେଖିଲେ ଲାଗୁଛି କାଳେ ସେହି ବାହାନଗା ଟ୍ରେନ୍ ବଗି ଭିତରେ କିଛି ଅଛି । ଏପରି କହୁଛନ୍ତି ସ୍ଥାନୀୟ ଲୋକେ ।