fbpx

ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

ଭୁବନେଶ୍ୱର: ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ଦାବି ବିଧାୟକ ପାଣ୍ଠିର ବୃଦ୍ଧି କରଯାଉ। ବର୍ତ୍ତମାନ ବିଧାୟକ ମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ 2 କୋଟି ସାଧାରଣ ରେ ଏବଂ ଉଚ୍ଚଶିକ୍ଷା ପାଇଁ 50 ଲକ୍ଷ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ 50 ଲକ୍ଷ ଦିଆଯାଉଛି। ଆଲୋଚନା ରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁ ରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ 2 କୋଟି ବଦଳରେ 3 କୋଟି କରଯାଉ।

ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେହେତୁ ପଡୋଶୀ ରାଜ୍ୟ ମାନଙ୍କରେ ବିଧାୟକ ପାଣ୍ଠି 5 କୋଟି ଟଙ୍କା ରହିଛି। ତେଣୁ ଆମ ରାଜ୍ୟରେ ଏହାକୁ 3 କୋଟି ରୁ 10 କୋଟି କୁ ବୃଦ୍ଧି କରଯାଉ। ସରସ୍ୱତୀ ଶିଶୁ ମନ୍ଦିର କୁ ବିଧାୟକ ପାଣ୍ଠି ରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତା ଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ଯ୍ୟ ଅର୍ଥ ସୀମା କୁ ଉଠାଯାଇ ସାଧାରଣ ଖର୍ଚ୍ଚ କୁ 3 କୋଟି କରଯାଉ।

ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି । ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ । ସମୟ ଆସିଲେ ବିଚାର କରାଯିବ । 2020-21 ରେ ବିଧାୟକ ପାଣ୍ଠି 1 କୋଟି ରୁ 3 କୋଟି କୁ ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ 2 କୋଟି ଥିବା ବେଳେ ତେଲେଙ୍ଗାନା ରେ 5 କୋଟି, ଛତିଶଗଡ଼ ରେ 4 କୋଟି, ପଶ୍ଚିମବଙ୍ଗ ରେ 60 ଲକ୍ଷ, ଝାଡ଼ଖଣ୍ଡ ରେ 4 କୋଟି, ମହାରାଷ୍ଟ୍ର ରେ 5 କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ 5 କୋଟି ରହିଛି । ବିଧାୟକ ମାନେ ଯେଉଁ ପ୍ରସ୍ତାଵ ଦେଇଛନ୍ତି ତାହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

Get real time updates directly on you device, subscribe now.