BREAKING: ‘ବିଜେଡିରେ ଅସନ୍ତୋଷ ନାହିଁ’ ପ୍ରସନ୍ନଙ୍କୁ ଦେବୀ ମିଶ୍ରଙ୍କ ଉତ୍ତର
ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଛନ୍ତି ଦେବୀ ମିଶ୍ର।ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ।
ଭୁବନେଶ୍ୱର: ବିଜେଡିରେ କେଉଁଠି ବି ନାହିଁ ଅସନ୍ତୋଷ। ରୋକଠୋକ କହିଲେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଛନ୍ତି ଦେବୀ ମିଶ୍ର।
ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ।
ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ।
ବିଜେଡିରେ ଚାଲିଥିବା ଦଳୀୟ କନ୍ଦଳକୁ ନେଇ ଆଜି ପ୍ରତିକ୍ରିୟା ରଖିଥିଲେ ପ୍ରସନ୍ନ ପାଟ୍ଟଶାଣୀ। କହିଥିଲେ ପାଣ୍ଡିଆନଙ୍କ ପାଇଁ ତଳକୁ ଗଲାଣି ବିଜେଡି ।ପାଣ୍ଡିଆନଙ୍କ ବିରୋଧରେ ମୁଁ ପ୍ରଥମେ ମୁହଁ ଖୋଲିଥିଲା। ବିଜେଡି ନେତା ଏବେ ଅଣନିଃଶ୍ୱାସୀ ହୋଇଗଲେଣି ।
ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ଛାଡ଼ିବେନି । ନବୀନଙ୍କ ଚେତାବନୀ କିଛି କାମ ଦେବନି। ଦଳରୁ ନ ବାହାରିଥିଲେ ପଲିଟିକାଲ ଡେଥ ହୋଇଥାଆନ୍ତା । ଟିକେଟ ପାଣ୍ଡିଆନ ବାଣ୍ଟନ୍ତି, ପର ବୁଦ୍ଧିରେ ଚାଲୁଛନ୍ତି ନବୀନ ।
ମୁଁ ଚିଲିକାରୁ ଟିକେଟ୍ ଚାହୁଁଥିଲେ କିନ୍ତୁ ପାଣ୍ଡିଆନ୍ କାଟିଦେଲେ ।