ବସରେ ଥିଲେ ୭୦ ଯାତ୍ରୀ, ହଠାତ୍ ଚଳନ୍ତା ମୋ ବସରେ ଲାଗିଗଲା ନିଆଁ, ଆଉ ତାପରେ…
ଭୁବନେଶ୍ୱରରୁ ଯାତ୍ରୀ ନେଇ କଟକ ଯାଉଥିବା ବେଳେ ମୋ ବସରେ ଲାଗିଗଲା ନିଆଁ। କଟକ ବିରୂପା ବ୍ୟାରେଜ ନିକଟରେ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ସୂଚନା।
କଟକ: ପ୍ରତ୍ୟେକ ଦିନ ମୋ ବସକୁ ନେଇ ଘଟଣା ଦୁର୍ଘଟଣାମାନ ସାମ୍ନାକୁ ଆସୁଛି। କେତେବେଳେ କେଉଁ ଲୋକ ଉପରେ ମୋବସ୍ ଚଢିଯିବାରୁ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ତ ଆଉ କେତେବେଳେ ଆକ୍ସିଡେଣ୍ଡରୁ ବର୍ତ୍ତି ଯାଉଛନ୍ତି ସାଧାରଣ ଲୋକେ।
ଠିକ୍ ସେହିପରି ମୋ ବସରେ ନିଆଁ ଲାଗିବା ଘଟଣା। ପ୍ରାୟ ସମୟରେ ମୋ ବସରେ ନିଆଁ ଲାଗି ଚଳିଯିବା ଘଟଣା ସାମ୍ନାକୁ ଆସୁଛି। ଯଦିଓ ଏବେଯାଏଁ ମୋ ବସରେ ନିଆଁ ଲାଗିବା କାରଣରୁ କାହାର କୌଣସି କ୍ଷତି ହୋଇନାହିଁ ତଥାପି ଏହିଭଳି ଘଟଣା ବରମ୍ୱାର ଘଟୁଛି। ଯେପରି ଆଜି ମଧ୍ୟ ଚଳନ୍ତା ମୋ ବସରେ ନିଆଁ ଲାଗିଯାଇଛି।
ମୋ ବସରେ ନିଆଁ: ତେବେ ମୋ ବସଟି ପାଖାପାଖି ୭୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ, କଟକ ବିରୂପା ବ୍ୟାରେଜ ନିକଟରେ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା। ପ୍ରଥମେ ବସରୁ ଧୂଆଁ ବାହାରିବା ଦେଖି ଡରିଯାଇଥିଲେ ଯାତ୍ରୀ।
ପରେ ଗାଡ଼ିକୁ ସେଠାରେ ଅଟକାଇ ଦେଇଥିଲେ ଡ୍ରାଇଭର। ଏବଂ ଅନ୍ୟ ଏକ ବସ ଯୋଗେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ପରେ ବସରୁ ବାହାରୁଥିବା ଧୂଆଁକୁ ବନ୍ଦ କରାଯାଇଥିଲା। ହେଲେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି।
ବାରମ୍ୱାର ଦୁର୍ଘଟଣା: ଯଦି ଦେଖିବା ମୋ ବସରେ ନିଆଁ ଲାଗିବା କିଛି ନୂଆ ଘଟଣା ନୂହେଁ। ପୂର୍ବରୁ ମଧ୍ୟ ଏହିପରି ଅନେକ ଥର ଘଟିଛି। ହେଲେ ବାରମ୍ୱାର ବସରେ କାହିଁକି ନିଆଁ ଲାଗୁଛି ତାହା ଏଯାଏଁ ସ୍ପଷ୍ଟ ଭାବରେ ଜଣା ପଡିନାହିଁ।