fbpx

୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର। ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହେବ। ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗତ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ପାଗ ଶୁଖିଲା ରହିବା ପରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୫ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ, ଜଗତ୍ସିଂହପୁର ଓ କନ୍ଧମାଳରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ୬ରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡିରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଗଜପତିରେ ଅଧିକ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ ଜାରି କରିଛି । ମଙ୍ଗଳବାର ଫୁଲବାଣୀରେ ୪୧.୨, ଭଦ୍ରକରେ ୩୧.୪, ମାଲକାନଗିରିରେ ୨୬, ବାରିପଦାରେ ୧୮.୮, ତାଳଚେରରେ ୧୮ ମିଲିମିଟର ବର୍ଷା ହୋଇଛି ।

Get real time updates directly on you device, subscribe now.