fbpx

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

ନୂଆଦିଲ୍ଲୀ: କୌଣସି ବଡ଼ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ଲୋନର ଆବଶ୍ୟକତା ପଡ଼ିଥାଏ । ଚାକିରିଆଙ୍କୁ ଅତି ସହଜରେ ଲୋନ୍ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଦରମାରେ କେତେ ଲୋନ୍ ମିଳିପାରିବ ଓ ଆପଣଙ୍କ ଇଏମଆଇ କେତେ ଧାର୍ଯ୍ୟ କରାଯିବ ?

ବ୍ୟାଙ୍କ ବିଶେଷଜ୍ଞ ତଥା ଭାଇସ ଅଫ୍ ବ୍ୟାଙ୍କ ଅଶ୍ୱିନୀ ରାଣା କହିଛନ୍ତି ଯେ, ଦରମା ଓ ଏହା ଅଧିୀନରେ ମିଳୁଥିବା ଲୋନକୁ ନେଇ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିଛି ଭାରତୀୟଙ୍କ ରିଜର୍ଭ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ମଧ୍ୟ ଏହାକୁ ଅନୁସରଣ କରୁଛନ୍ତିି । ଲୋନ୍ ନେଉଥିବା ଲୋକଙ୍କ ଉପରେ ଇଏମଆଇର ବୋଝ କମ୍ କରିବାକୁ ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ଲୋକମାନେ ନିଜ ଦୈନନ୍ଦିନ ଖର୍ଚ୍ଚ ଆରାମରେ କରିପାରିବେ । ଗାଇଡଲାଇନରେ ଲୋନ୍, ଇଏମଆଇ ଓ ବ୍ୟକ୍ତିଙ୍କ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଗାଇଡଲାଇନରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଆରବିଆଇ ଗାଇଡଲାଇନ ଅନୁସାରେ, କୌଣସି ବେତନଭୋଗୀ ବ୍ୟକ୍ତିଙ୍କୁ ପ୍ରତି ମାସରେ ମିଳୁଥିବା ଟେକ୍ ହୋମ୍ ଦରମାର ୫୫ରୁ ୬୦ ପ୍ରତିଶତ ରାଶି ଇଏମଆଇ ଦେବା ପାଇଁ ବ୍ୟବହାର କରାଯାଇ ପାରିବ । ସେ ଅବଶିଷ୍ଟ ଅର୍ଥକୁ ନିଜ ନୈନନ୍ଦିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖର୍ଚ୍ଚ କରିବେ । ଅବଶ୍ୟ ଏହି ଗାଇଡଲାଇନ ଆସିବା ପରେ ବ୍ୟାଙ୍କଗୁଡିକ ଟେକ୍ ହୋମ୍ ଦରମାର ମାତ୍ର ୫୦ ପ୍ରତିଶତ ଇଏମଆଇ ଭାବରେ ଠିକ୍ କରିଛନ୍ତି ।

ଟେକ୍ ହୋମ୍ ଦରମା ଉପରେ ସର୍ବାଧିକ ଲୋନ୍ ପାଇବା ବିଷୟରେ ରିଜର୍ଭ ବ୍ୟାଙ୍କର ଏକ ଗାଇଡଲାଇନ ଅଛି । ଏହା ଅନୁଯାୟୀ, ଜଣେ ବ୍ୟକ୍ତି ଘରର ମୋଟ ଦରମାର ୬୦ ଗୁଣ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତିଙ୍କର ଟେକ୍ ହୋମ୍ ଦରମା ମାସିକ ୫୦ ହଜାର ଟଙ୍କା ଅଛି, ତେବେ ସେ ସର୍ବାଧିକ ୩୦ ଲକ୍ଷ ଟଙ୍କା ଲୋନ୍ ପାଇପାରିବେ । ସେହିଭଳି, ୧ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇବାକୁ ଯୋଗ୍ୟ ।

Get real time updates directly on you device, subscribe now.