fbpx
BJD SKY
BJD SKY

ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ଲାଗିବନି ପ୍ରତିବନ୍ଧ; ସୁପ୍ରିମକୋର୍ଟ କହିଲେ ଅବ୍ୟବସ୍ଥା ବ୍ୟାପିଯିବ

BJD

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧ ଲଗାଇବାକୁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ନିର୍ବାଚନ କମିଶନ ନିଯୁକ୍ତି ଉପରେ ପ୍ରତିବନ୍ଧ ଲଗାଇବାକୁ ମନା କରିବା ସହ କୋର୍ଟ ଏହି ମାମଲାରେ ଦଖଲ ଦେବ ନାହିଁ ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଏହାଦ୍ୱାରା ଅବ୍ୟବସ୍ଥା ବ୍ୟାପିଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସନ୍ଧୁଙ୍କୁ ନିର୍ବାଚନ କମିଶନ ଭାବରେ ନିଯୁକ୍ତି ଦିଆଯାଇଛି ।

ମାମଲାର ଶୁଣାଣୀ ସମୟରେ ଗୁରୁବାର ସୁପ୍ରିମକୋର୍ଟ ଏହା କହିଛନ୍ତି କି ଦୁଇ ନବ ନିଯୁକ୍ତ ନିର୍ବାଚନ କମିଶନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ । କୋର୍ଟ କହିଛନ୍ତି ଏହି କ୍ଷେତ୍ରରେ ଆମେ ଦଖଲ ଦେବୁ ନାହିଁ । ନିର୍ବାଚନ ପାଖେଇ ଆସୁଛି । ଏଣୁ ଏ କ୍ଷେତ୍ରରେ ଆମେ ଦଖଲ ଦେବା ଦ୍ୱାରା ଅରାଜକତା ବ୍ୟାପି ଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ଫେବୃୟାରୀ ୧୪ରେ ଅନୁପ ଚନ୍ଦ୍ର ପାଣ୍ଡେ ଓ ମାର୍ଚ୍ଚ ୮ରେ ଅରୁଣ ଗୋଏଲ ଅଚାନକ ଇସ୍ତଫା ଦେବା ପରେ ନିର୍ବାଚନ ଆୟୋଗରେ ଏହି ପଦ ଖାଲି ରହିଥିଲା । ଏହାପରେ ଜ୍ଞାନେଶ କୁମାର ଓ ସୁଖବୀର ସନ୍ଧୁଙ୍କୁ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.