fbpx

ନବଜୋତ ସିଦ୍ଧୁ-ଆକାଶ ଚୋପ୍ରା, ରବି ଶାସ୍ତ୍ରୀ…. ଏଥର IPLରେ ଶୁଭିବ ଏହି ଯାଦୁଗରୀ କମେଣ୍ଟ୍ରି

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣିଥରେ କମେଣ୍ଟ୍ରି ପ୍ୟାନେଲକୁ କମବ୍ୟାକ କରୁଛନ୍ତି ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ । ଆଇପିଏଲ-୨୦୨୪ରୁ ପୁଣିଥରେ କମେଣ୍ଟ୍ରି ବକ୍ସରେ ସିଦ୍ଧୁ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସିଦ୍ଧୁଙ୍କ ବ୍ୟତୀତ ଏହି ପ୍ୟାନେଲ ଆହୁରି ଅନେକ ବଡ଼ ବଡ଼ ନାମ ମଧ୍ୟ ସାମିଲ ରହିଛି । ଏମାନଙ୍କ ଯାଦୁଗରୀ କମେଣ୍ଟ୍ରିରେ ଆଇପିଏଲ-୨୦୨୪ ଆହୁରି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା ଏଥର ଆଇପିଏଲରେ କେଉଁମାନଙ୍କ କମେଣ୍ଟ୍ରି ଶୁଣିବାକୁ ପାଇବେ ଦର୍ଶକ ।

ଆଇପିଏଲର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସର ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ନବଜୋତ ସିଂ ସିଦ୍ଧୁ, ସୁନୀଲ ଗାଭାସ୍କର, ହରଭଜନ ସିଂହ, ଇରଫାନ୍ ପଠାନ, ମହମ୍ମଦ କୈଫ ଏବଂ ଅଞ୍ଜୁମ ଚୋପ୍ରାଙ୍କ ସହ କେ. ଶ୍ରୀକାନ୍ତ ମଧ୍ୟ ସାମିଲ ରହିଛନ୍ତି । ତେବେ ଆଇପିଏଲର ଅଫିସିଆଲ ଲାଇଭ ଷ୍ଟ୍ରିମିଙ୍ଗ ପାର୍ଟନର ଜିଓ ସିନେମାରେ ଜହୀର ଖାନ୍, ସୁରେଶ ରାଇନା, ପାର୍ଥିବ ପଟେଲ, ଆର.ପି ସିଂହ, ପଞ୍ଜାନ ଓଝା, ଆକାଶ ଚୋପ୍ରା, ନିଖିଲ ଚୋପ୍ରା, ସବା କରୀମ, ଅନନ୍ତ ତ୍ୟାଗୀ ଏବଂ ରିଧିମା ପାଠକ ଭଳି କମେଣ୍ଟ୍ରେଟର ରହିଛନ୍ତି ।

ଷ୍ଟାର ସ୍ପୋର୍ଟସ(ଇଂରାଜୀ): ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ହର୍ଷ ଭୋଗଲେ, ଦୀପ ଦାସଗୁପ୍ତା, ଅଞ୍ଜୁମ ଚୋପ୍ରା, ସଞ୍ଜୟ ମାଞ୍ଜରେକର, ବ୍ରାୟନ ଲାରା, କେଭିନ୍ ପିଟରସନ୍, ମାଥ୍ୟୁ ହେଡେନ୍, ମାଇକଲ କ୍ଲାର୍କ, ଆରୋନ ଫିଞ୍ଚ, କ୍ରିସ ମୋରିସ, ଇୟାନ୍ ବିଶୋପ, ନିକ ନାଇଟ, ଡାନି ମୋରିସନ୍, ରୋହନ ଗାଭାସ୍କର, ମପୁମେଲେଲୋ ମବାଙ୍ଗୱା, ମୁରଲୀ କାର୍ତ୍ତିକ, ଡବ୍ଲୁ.ଭି ରମନ, ମାର୍କ ହାୱାର୍ଡ, ନତାଲୀ ଜର୍ମନୋସ, ସାଇମନ୍ କ୍ୟାଟିଚ, ସାମୁଏଲ ବଦ୍ରି ଏବଂ ଡାରେନ୍ ଗଙ୍ଗା ।

ଷ୍ଟାର ସ୍ପୋର୍ଟସ(ହିନ୍ଦୀ): ହରଭଜନ ସିଂହ, ଇରଫାନ୍ ପଠାନ୍, ଅମ୍ବାତି ରାୟୁଡୁ, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ବରୁଣ ଆରୋନ, ମିତାଲି ରାଜ, ମହମ୍ମଦ କୈଫ, ସଞ୍ଜୟ ମାଞ୍ଜରେକର, ଇମରାନ ତାହିର, ୱାସିମ ଜାଫର, ଗୁରକୀରତ ମାନ୍, ଉନ୍ମୁକ୍ତ ଚାନ୍ଦ, ଜତୀନ ସପ୍ରୁ, ରଜତ ଭାଟିୟା, ଦୀପ ଦାସଗୁପ୍ତା, ବିବେକ ରାଜଦାନ, ରମନ ଭନୋଟ, ପଦମଜୀତ ସହରାୱତ ଏବଂ ନବଜୋତ ସିଂ ସିଦ୍ଧୁ ।

ଜିଓ ସିନେମା(ଇଂରାଜୀ): କ୍ରିସ ଗେଲ, ଏବି ଡିଭିଲିୟର୍ସ, ସେନ୍ ୱାଟସନ୍, ଇଓ ମୋର୍ଗାନ୍, ବ୍ରେଟ ଲି, ମାଇ ହେସନ୍, ଅନିଲ କୁମ୍ବଲେ, ରବିନ ଉତ୍ଥାପା, ଗ୍ରୀମ ସ୍ମିଥ, ସ୍କଟ ଷ୍ଟାଇରିସ, ସଞ୍ଜନା ଗଣେଶନ୍ ଏବଂ ସୁହେଲ ଚଣ୍ଡୋକ ।

ଜିଓ ସିନେମା(ଭୋଜପୁରୀ): ରବି କିଶନ୍, ମହମ୍ମଦ କୈଫ, ଶବିମ ସିଂହ, ସତ୍ୟ ପ୍ରକାଶ, ଗୁଲାମ ହୁସେନ୍, ସୌରଭ କୁମାର, ବିଶାଳ ଆଦିତ୍ୟ ସିଂହ, ଶାଳିନୀ ସିଂହ, ସୁମିତ କୁମାର ଏବଂ ଆଶୁତୋଷ ଅମନ ।

ଜିଓ ସିନେମା(ହିନ୍ଦୀ): ଜହୀର ଖାନ୍, ସୁରେଶ ରାଇନା, ପାର୍ଥିବ ପଟେଲ, ଆରପି ସିଂହ, ପଜ୍ଞାନ ଓଝା, ଆକାଶ ଚୋପ୍ରା, ନିଖିଲ ଚୋପ୍ରା, ସବା କରୀମ, ଅନନ୍ତ ତ୍ୟାଗୀ ଏବଂ ରିଧିମା ପାଠକ ।

Get real time updates directly on you device, subscribe now.