ମୋ’ ବସ୍ ଆଗପଛରେ ଲାଗିବ କ୍ୟାମେରା, ଭୁଲ୍ ଥିଲେ ନିଆଯିବ…

ଭୁବନେଶ୍ୱର,୧୪ା୩: ଏଣିକି ମୋ’ ବସ୍ ଆଗପଛରେ ଲାଗିବ କ୍ୟାମେରା । ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ସରକାର ଏପରି ବଡ଼ ପଦକ୍ଷେପ ନେଇଛନ୍ତି । ଦୁର୍ଘଟଣା ସମୟରେ କ୍ୟାମେରା ଫିଡକୁ ଯାଞ୍ଚ କରାଯାଇ ଯାହାର ଭୁଲ ଥିବା ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଚାଳକମାନେ ମଦ ପିଇ ବସ ଚଳାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିନକୁ ୩ ରାଉଣ୍ଡ ଚେକିଂ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଧରା ପଡୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି । ଖାଲି ଏତିକି ନୁହେଁ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି ।

ସୂଚନାଯୋଗ୍ୟ, ୮ ମାସ ଭିତରେ ୬ ମୁଣ୍ଡ ନେଇଛି ମୋ’ ବସ୍ । ୨୦୨ ୪ ଜୁନ୍ ସୁଦ୍ଧା କଟକ, ପୁରୀ ଏବଂ ଭୁବନେଶ୍ୱରରେ ୧୯ଟି ଦୁର୍ଘଟଣା ଘଟାଇଛି ମୋ’ ବସ୍ । ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଥିବା କହିଛନ୍ତି ମନ୍ତ୍ରୀ ।