fbpx

୨୦୦ ବର୍ଷ ପରେ ରାକ୍ଷୀପୂର୍ଣ୍ଣିମାରେ ସୃଷ୍ଟିହେବ ଶୁଭ ସଂଯୋଗ, ୩ ରାଶିର ଲୋକେ ହୋଇପାରନ୍ତି ଧନୀ

ଆସୁଛି ପବିତ୍ର ରାକ୍ଷୀପୂର୍ଣ୍ଣିମା । ଚଳିତବର୍ଷ ଭଦ୍ରା ଛାୟା ଥିବାରୁ ରାକ୍ଷୀ ପୂର୍ଣ୍ଣିମା ୩୦ ଓ ୩୧ ଅଗଷ୍ଟରେ ପାଳନ କରାଯିବ । ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ ଅଗଷ୍ଟ ରାତି ୯.୦୨ ମିନିଟ ପର୍ୟ୍ୟନ୍ତ ଏହି ଭଦ୍ରାକାଳ ରହିବ । ଅନ୍ୟପଟେ ଜ୍ୟୋତିଷବିଦ୍ୟା ଅନୁସାରେ, ଏଥର ରାକ୍ଷୀପୂର୍ଣ୍ଣିମାର ପର୍ବରେ ୨୦୦ ବର୍ଷ ପରେ ଦୁଲର୍ଭ ସଂଯୋଗ ସୃଷ୍ଟି ହେବ ।

ଜ୍ୟୋତିଷବିଦ୍ୟା ଅନୁସାରେ, ରାକ୍ଷୀପୂର୍ଣ୍ଣିମାରେ ୨୪ ବର୍ଷ ପରେ ରବି ଯୋଗ ସହିତ ଶତାଭିଷା ନକ୍ଷତ୍ର ଓ ବୁଧ୍ୟାଦିତ୍ୟ ଯୋଗର ସଂଯୋଗ ସୃଷ୍ଟି ହେବ । ଏହା କିଣାବିକା ଓ ବ୍ୟାପାର ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ ।

ଏହା ସହିତ ଏଥର ରାକ୍ଷୀରେ ଗୁରୁ-ଶନି ବକ୍ରୀ ହୋଇ ସ୍ୱରାଶିରେ ରହିବେ । ଜ୍ୟୋତିଷ ବିଜ୍ଞାନୀଙ୍କ କହିବା ଅନୁସାରେ, ସ୍ୱରାଶିରେ ବକ୍ରୀ ଶନି-ଗୁରୁ ଓ ୩ ଶୁଭ ଯୋଗର ସଂଯୋଗ ୨୦୦ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି । ଏହାଫଳରେ ୩ ରାଶିର ଲୋକମାନେ ଧନବାନ୍ ହୋଇପାରନ୍ତି । ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ମିଥୁନ :-
ରକ୍ଷାବନ୍ଧନରୁ ମିଥୁନ ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହୋଇପାରେ । ଧନର ବୃଦ୍ଧି ସହିତ ଲୋକମାନେ ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହୋଇପାରିବେ । ଆସନ୍ତା ମାସେ ପର୍ଯ୍ୟନ୍ତ ଅଚାନକ ଧନଲାଭର ଯୋଗ ରହିଛି । ପୈତୃକ ସମ୍ପତ୍ତିରେ ଲାଭ ମିଳିବାର ସମ୍ଭାବନା ରହିଛି ।

ସିଂହ :-
ଶୁଭ ସଂଯୋଗରେ ପଡ଼ୁଥିବା ରକ୍ଷାବନ୍ଧନ ସିଂହ ରାଶିର ଲୋକଙ୍କ ଭାଗ୍ୟ ଚମକାଇ ଦେବ । ଟଙ୍କ-ପଇସା ସହ ଜଡ଼ିତ ସମସ୍ୟା ଶେଷ ହୋଇପାରେ ।

ଧନୁ:-
ରକ୍ଷାବନ୍ଧନରେ ସୃଷ୍ଟି ହେଉଥିବା ଶୁଭ ସଂଯୋଗ ଧନୁ ରାଶିର ଲୋକଙ୍କୁ ଭାଗ୍ୟଶାଳୀ କରିପାରେ । ଚାକିରିଆ ଲୋକମାନେ ବାହାର ସ୍ରୋତରୁ ମଧ୍ୟ ଟଙ୍କା ଅର୍ଜନ କରିପାରନ୍ତି ।

 

Get real time updates directly on you device, subscribe now.