fbpx
BJD SKY
BJD SKY

କେଉଁ ମେଡିସିନକୁ ଭାଙ୍ଗି ଖାଇପାରିବେ ଓ କେଉଁ ମେଡିସିନକୁ ଭାଙ୍ଗି ଖାଇବା ଅନୁଚିତ: କ’ଣ କହୁଛନ୍ତି ଡାକ୍ତର ଆସନ୍ତୁ ଜାଣିବା

BJD

ନୂଆଦିଲ୍ଲୀ: ରୋଗରେ ପଡିଲେ ଡାକ୍ତର ଆମକୁ ବିଭିନ୍ନ ମେଡିସିନ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିଛି ଲୋକ ଏହି ମେଡିସିନକୁ ଭାଙ୍ଗି କରି ଖାଇଥାନ୍ତି । କିଛି ଲୋକ ପୁରା ମେଡିସିନ ନ ଖାଇ ଅଧା ମେଡିସିନ ଖାଇବାକୁ ଠିକ୍ ଭାବିଥାନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଏପରି ଉପାୟରେ ମେଡିସିନ ଖାଇବା ଠିକ୍ କି ଭୁଲ୍? ଯଦି ଜାଣି ନାହାନ୍ତି ତେବେ ଆଜି ଆସନ୍ତୁ ଏ ସଂପର୍କରେ ଜାଣିବା । ଯଦି ଆପଣ କୌଣସି ମେଡିସିନ ଭାଙ୍ଗି କରି ଖାଉଛନ୍ତି ତେବେ ଏପରି କରିବା ପୂର୍ବରୁ ଏହା ଉପରେ ଲେଖାଯାଇଥିବା ନିର୍ଦ୍ଦେଶକୁ ପଢି ଦିଅନ୍ତୁ । ଯଦି ଏ ସଂପର୍କିତ କୌଣସି ନିର୍ଦ୍ଦେଶ ଲେଖାଯାଇନାହିଁ ତେବେ ଏ ସଂପର୍କରେ ଡାକ୍ତର କିମ୍ବା ମେଡିସନ ସପ୍ ରେ ପଚାରି ବୁଝିପାରିବେ ।

କିନ୍ତୁ ବଟିକା ବା କ୍ୟାପସୁଲ ଭୁଲ୍ ରେ ଭାଙ୍ଗି କରି ଖାଆନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଏହା ମଧ୍ୟରେ ଥିବା ପାଉଡର କିମ୍ବା ଡୋଜ୍ କମ୍ ହୋଇଯାଇପାରେ । କିଛି ବଟିକା ପଛପଟେ ସର୍ଟ ଫର୍ମରେ ଏସଆର୍, ସିଆର୍, ଏକ୍ସଆର୍ ଲେଖାଯାଇଥାଏ । ଏପରି ମେଡିସନକୁ ଡାକ୍ତର ସିଧା ଗିଳିଦେବା ଲାଗି ପରାମର୍ଶ ଦେଇଥାନ୍ତି । ଏହିପରି ମେଡିସିନକୁ ନ ଭାଙ୍ଗି କିମ୍ବା ନ ଚୋବାଇ ସିଧା ଗିଳିଦେବା ଉଚିତ । ଏହି ମେଡିସିନ ଶରୀରରେ ଧୀରେ ଧୀରେ ମିଳାଇଥାଏ ଓ ପ୍ରଭାବ ବହୁ ସମୟ ପର୍ଯ୍ୟନ୍ତ ଦେଖାଇଥାଏ । ଅନ୍ୟପକ୍ଷରେ କିଛି ବଟିକା ମଝିରେ ଏକ ଲାଇନ ରହିଥାଏ ଯାହାକୁ ଆପଣ ଭାଙ୍ଗି କରି ଖାଇପାରିବେ । ଏପରି ଟାବଲେଟକୁ ସ୍କୋର ଟାବଲେଟ୍ କୁହାଯାଏ । ଯଦି ଆପଣଙ୍କୁ ୫୦୦ ଏମଜିର ମେଡିସିନ ଖାଇବାର ଅଛି କିନ୍ତୁ ବଜାରରେ ୧୦୦୦ ଏମଜିର ମେଡିସନ ମିଳୁଛି ଓ ଏହା ଉପରେ ଲାଇନ ରହିଛି ତେବେ ଆପଣ ଏହାକୁ ସମାନ ଦୁଇ ଭାଗରେ ଭାଙ୍ଗି ଖାଇପାରିବେ ।

Get real time updates directly on you device, subscribe now.