fbpx

OMC Recruitment 2023: ଏକାଧିକ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦରମା ୨.୦୯ ଲକ୍ଷ

ନୂଆଦିଲ୍ଲୀ: ଓଡ଼ିଶା ମାଇନିଂ କର୍ପୋରେସନ୍‌(ଓଏମ୍‌ସି) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ବିଭାଗରେ ଓଏମ୍‌ସି ୩୮ ପଦବୀରେ ନିଯୁକ୍ତି ଦେବ । ଆଶାୟୀ ପ୍ରାର୍ଥ୍ରୀମାନେ ଓଏମ୍‌ସିର ଅଫିସିଆଲ ବବ୍‌ସାଇଟ୍‌ରେ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ପୋଷ୍ଟାଲ କିମ୍ବା କୋରିଅର ମାଧ୍ୟମରେ ସେପ୍ଟେମ୍ବର ୧୮.୦୯.୨୦୨୩ ସୁଦ୍ଧା ଜେନେରାଲ ମ୍ୟାନେଜର(ପି ଏବଂ ଡିଏ) ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍‌, ଓଏମସି ହାଉସ୍‌, ଭୁବନେଶ୍ୱର-୭୫୧୦୦୧ କୁ ପଠାଇ ପାରିବେ । ତେବେ ପୋଷ୍ଟାଲ୍ କିମ୍ବା କୋରିଅରରେ ବିଳମ୍ବ ହେତୁ ଆବେଦନ ପତ୍ର ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିଲେ ଏହାକୁ ଗ୍ରହଣ କରାଯିବ ନାହିଁ ।

ଖାଲି ଥିବା ପଦବୀ-

ଜୁନିଅର ଜେନେରାଲ୍ ମ୍ୟାନେଜର୍ (ସୁରକ୍ଷା), ଇ- ଗ୍ରେଡ୍- ୧ପୋଷ୍ଟ।
ଜୁନିଅର ପରିଚାଳକ (ଆଇନଗତ), ଇ-୨ ଗ୍ରେଡ୍- ୩ଟି ପୋଷ୍ଟ।
ଜୁନିଅର ପରିଚାଳକ (ଅର୍ଥ), ଇ-୨ ଗ୍ରେଡ୍- ୬ ଟି ପୋଷ୍ଟ।
ଜୁନିଅର ପରିଚାଳକ (ଆଇଟି), ଇ-୨ ଗ୍ରେଡ୍- ୭ ଟି ପୋଷ୍ଟ।
ଜୁନିଅର ପରିଚାଳକ (ସିଭିଲ୍), ଇ-୨ ଗ୍ରେଡ୍- ୪ ଟି ପୋଷ୍ଟ।
ଜୁନିଅର ପରିଚାଳକ (ଭୂବିଜ୍ଞାନ), ଇ-୨ ଗ୍ରେଡ୍- ୧୧ ଟି ପୋଷ୍ଟ।
ଜୁନିଅର ପରିଚାଳକ (ଗୁଣବତ୍ତା ନିୟନ୍ତ୍ରଣ), ଇ-୨ ଗ୍ରେଡ୍- ୫ ଟି ପୋଷ୍ଟ।
ମେଡିକାଲ୍ ଅଫିସର-ତୃତୀୟ, ଇ-୨ ଗ୍ରେଡ୍ – ୧ ପଦ
ସମୁଦାୟ- ୩୮ ଟି ପୋଷ୍ଟ।

ଶିକ୍ଷାଗତ ଯୋଗ୍ୟତା: ସ୍ନାତକ/ ଆଇନ୍‌ରେ ଡିଗ୍ରୀ/ ଆସୋସିଏଟ୍‌/ ଆଇସିଏଆଇ ରେ ସଦସ୍ୟ/ ବିଇ/ କମ୍ପ୍ୟୁଟର ସାନ୍ସରେ ବି. ଟେକ୍ / ଆଇଟି/ ଏମ୍‌ସିଏ/ବିଇ/ ଜିଓଲୋଜୀରେ ବିଟେକ୍ / ଆପ୍ଲାଏଡ ଜିଓଲୋଜି/ ଏମ୍‌. ସାଇନ୍ସ ଟେକ୍ ଜିଓଲୋଜି/ ଆପ୍ଲାଏଡ ଜିଓଲୋଜି/ ଏମ୍‌. ଟେକ୍ ଜିଓଲୋଜି/ ଏମ୍‌.ସାଇନ୍ସ କେମେଷ୍ଟ୍ରୀ/ ଏମ୍‌ବିବିଏସ୍ ଡିଗ୍ରୀ ।

ଆବେଦନ କରିବେ କିପରି: ଆଶାୟୀ ପ୍ରାର୍ଥ୍ରୀମାନେ ଓଏମ୍‌ସିର ଅଫିସିଆଲ ୱେବ୍‌ସାଇଟ୍‌ରେ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ପୋଷ୍ଟାଲ କିମ୍ବା କୋରିଅର ମାଧ୍ୟମରେ ସେପ୍ଟେମ୍ବର ୧୮ ସୁଦ୍ଧା ଜେନେରାଲ ମ୍ୟାନେଜର(ପି ଏବଂ ଡିଏ) ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍‌, ଓଏମସି ହାଉସ୍‌, ଭୁବନେଶ୍ୱର-୭୫୧୦୦୧ କୁ ପଠାଇ ପାରିବେ ।

କିପରି ଚୟନ ହେବ: ଶିକ୍ଷାଗତ ମାର୍କ ସହିତ ବ୍ୟକ୍ତିଗତ ସାକ୍ଷାତକାର ।

ଦରମା: ଜୁନିଅର ଜେନେରାଲ୍ ମ୍ୟାନେଜର୍ (Security), ଇ-୫ ଗ୍ରେଡ୍ – Rs ୭୮,୮୦୦/- RS ୨,୦୯,୨୦୦/- (ଲେବେଲ -୧୪)
ବାକି ସମସ୍ତ ପଦବୀ ପାଇଁ – Rs ୬୭,୭୦୦/- Rs ୨,୦୮,୭୦୦/- ((ଲେବେଲ -୧୩)

Get real time updates directly on you device, subscribe now.