fbpx
BSKY
BJD SHG SKY
BJD YOUTH SKY

ୟୁଜିସି ଦେଲା ନିର୍ଦେଶ: ସମସ୍ତ ବିଶ୍ୱ ବିଦ୍ୟାଳୟରେ ସିଧାପ୍ରସାରଣ ହେବ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ସମଗ୍ର ଦେଶବାସୀ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ ସମୟକୁ ଅତି ଉତ୍ସାହର ସହିତ ଚାହିଁ ବସିଛନ୍ତି । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ସମୟରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହାରି ମଧ୍ୟରେ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଦେଶର ସମସ୍ତ ବିଶ୍ୱ ବିଦ୍ୟାଳୟରେ ଚନ୍ଦ୍ରଯାନ ଅବତରଣ ସମୟରେ ସିଧାପ୍ରସାରଣ କରିବାକୁ ନିର୍ଦେଶ ଦେଇଛନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ପୋଲ୍‌ରେ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଅବତରଣ କରିବ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥି ଏବଂ ପ୍ରଫେସରମାନେ ଉପସ୍ଥିତ ରହି ଏହି ଉପଲବ୍ଧିର ମୁକ ସାକ୍ଷି ହେବାକୁ ୟୁଜିସି କହିଛି ।

ୟୁଜିସି ଏକ ନୋଟିସ୍‌ରେ କହିଛି ଯେ, ଚନ୍ଦ୍ରଯାନ-୩ର ଅବତରଣ ଦେଶର ଯୁବବର୍ଗ ମନରେ ବହୁ ଉତ୍କଣ୍ଠା ଆଣିଥିବା ବେଳେ ଏହାର ସଫଳତା ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ । ଏହା ସହିତ ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ସେମାନଙ୍କର ଭରଷାକୁୟ ଦ୍ୱିଗୁଣିତ କରିବ । ଯାହା ଦ୍ୱାରା ଯୁବପିଢ଼ିଙ୍କ ମନରେ ବିଜ୍ଞାନ ଏବଂ ନବଜାଗରଣ ର ମାହୋଲ ସୃଷ୍ଟି କରିବ ।

Get real time updates directly on you device, subscribe now.