fbpx

୧ ଏପ୍ରିଲରୁ ବଦଳିଯିବ ଟ୍ୟାକ୍ସରେ ଜଡିତ ଏହି ୪ ନିୟମ

ନୂଆଦିଲ୍ଲୀ,୨୩ ।୨: ଏପ୍ରିଲ ୧ ରୁ ୨୦୨୦-୨୧ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଟ୍ୟାକ୍ସରେ ଜଡିତ ନିୟମ ବଦଳିଯିବ । ନୂଆ ଆର୍ଥିକ ନିୟମ ସହିତ ଏହାର ପ୍ରକ୍ରିୟାରେ ମଧ୍ୟ କିଛି ପରିବର୍ତ୍ତନ ହେବ । ଏହାକୁ ପ୍ରତ୍ୟେକ ବ୍ୟକ୍ତି ଓ କମ୍ପାନୀ ପାଳନ କରିବାକୁ ବାଧ୍ୟ ହେବେ । ୧ ଏପ୍ରିଲରୁ ପ୍ୟାନ୍-ଆଧାର ଲିଙ୍କ୍ କରିବାର ସମୟସୀମା ଶେଷ ହୋଇଯିବ । ନୂଆ ଜିଏସଟି ରିଟର୍ଣ୍ଣ ପ୍ରଣାଳୀ ଉପଲବ୍ଧ ହେବ । ନୂଆ ଆର୍ଥିକ ବର୍ଷର ଆରମ୍ଭରୁ ୪ଟି ନିୟମରେ ପରିବର୍ତ୍ତନ କରାଯିବ । ଆସନ୍ତୁ ଜାଣିବା ନିୟମ ସମ୍ପର୍କରେ..

୧- ବଜେଟ୍ ୨୦୨୦-୨୧ରେ ସରକାର ଏକ ନୂଆ ଆୟକର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ନୂଆ କର ବ୍ୟବସ୍ଥାରେ କୌଣସି ଛାଡ ବା ଲାଭ ମିଳିବ ନାହିଁ । ନୂଆ କର ପ୍ରସ୍ତାବ ଅନୁସାରେ, ୨.୫ ଲକ୍ଷ ଟଙ୍କା କମାଉଥିବା ଲୋକଙ୍କୁ କୌଣସି କର ଦେବାକୁ ପଡିବ ନାହିଁ । କିନ୍ତୁ ୨.୫ ରୁ ୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କୁ ୫% କର ଦେବାକୁ ପଡିବ । ୫ ରୁ ୭ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କୁ ୧୦%, ୭.୫ ରୁ ୧୦ ଲକ୍ଷ ପାଇଁ ୧୫%, ୧୦ ରୁ ୧୨.୫ ଲକ୍ଷ ପାଇଁ ୨୦%, ୧୨.୫ ରୁ ୧୫ ଲକ୍ଷ ପାଇଁ ୨୫% ଓ ୧୫ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତି ୩୦% ଦରରେ କର ଦେବେ ।

୨-ପ୍ୟାନ୍ କାର୍ଡ ନମ୍ବର
ଯଦି ଆପଣ ପ୍ୟାନ୍ କାର୍ଡକୁ ଆଧାର ସହ ଲିଙ୍କ ନକରିଛନ୍ତି, ତେବେ ୧ ଏପ୍ରିଲରୁ ଆପଣଙ୍କ ପ୍ୟାନ୍ କାର୍ଡ ଅସ୍ଥାୟୀ ହୋଇଯିବ । ପ୍ୟାନ୍ ଓ ଆଧାର ନମ୍ବରକୁ ଲିଙ୍କ କରିବା ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ।

୩-ବିଦେଶୀଯାତ୍ରା ପାଇଁ ଟିସିଏସ
୧ ଏପ୍ରିଲରୁ ବିଦେଶୀ ଯାତ୍ରା ପ୍ୟାକେଜ୍ କିଣିବା ଓ ବିଦେଶୀରେ କୌଣସି ବି ଟଙ୍କା ଖର୍ଚ୍ଚ କରିବା ପଡିବ ମହଙ୍ଗା । ଯଦି କୌଣସି ବ୍ୟକ୍ତି ବିଦେଶୀ ଯାତ୍ରା ପ୍ୟାକେଜ୍ କିଣିବା ବା ବିଦେଶୀ ମୁଦ୍ରା ବିନିମୟ କରୁଥାଏ, ତେବେ ୭ ଲକ୍ଷରୁ ଅଧିକ ଟଙ୍କା ଉପରେ ଟ୍ୟାକ୍ସ ବା ଟିସିଏସ ଦେବାକୁ ପଡିବ ।

୪-ନୂଆ ଜିଏସଟି ରିଟର୍ଣ୍ଣ
ଜିଏସଟି କାଉନସିଲର ୩୧ତମ ବୈଠକରେ ନୂଆ ଜିଏସଟି ରିଟର୍ଣ୍ଣ ସିଷ୍ଟମ ଲାଗୁ କରିବାକୁ ନିର୍ଣ୍ଣୟ ହୋଇଥିଲା । ୧ ଏପ୍ରିଲରୁ ନୂଆ ନିୟମ ଲାଗୁ ହେବ । ଯେଉଁଥିରେ ଜିଏସଟି ରିଟର୍ଣ୍ଣ ଭରିବାରେ ସହଜ ହେବ ।

Get real time updates directly on you device, subscribe now.