fbpx

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଟ୍ରେନରେ ଯିବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ: ହୋଇଯିବ ଜେଲ

ଟ୍ରେନରେ ଯାତ୍ରା କରିବା ବେଳେ ଅନେକ କିଛି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ନଚେତ ଏହାର ପରିଣାମ ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇ ଦେଇଥାଏ । ପ୍ରଥମେ ତ ଟ୍ରେନରେ ଯିବା ପୂର୍ବରୁ ଟିକେଟ ନେବା ନିହାତି ଆବଶ୍ୟକ ନଚେତ ଏଥିପାଇଁ ଜରିମାନା ସହିତ ଜେଲ ବି ହୋଇପାରେ । ତେବେ କେବଳ ଟିକେଟ ନୁହେଁ, ଟ୍ରେନ ଯାତ୍ରା ସମୟରେ ଆହୁରି ଅନେକ କିଛି ଜିନିଷ ଉପରେ ନିଷିଦ୍ଧାଦେଶ ଜାରି ହୋଇଛି । ଏମିତି କିଛି ନିୟମ ରହିଛି, ଯାହାକୁ ଭାଙ୍ଗିଲେ ଜଣେ ବ୍ୟକ୍ତି ଜେଲ ମଧ୍ୟ ଯାଇପାରନ୍ତି ।

ଏହି କୋଚରେ ଯାତ୍ରା କଲେ ହୋଇଯିବ ଜେଲ:

ଅନେକ ଯାତ୍ରୀ ଭାବୁଥିବେ ଟ୍ରେନର ସମସ୍ତ ବଗିରେ ଯାତ୍ରୀ ଯାଇପାରିବେ । କିନ୍ତୁ ଏହା ଭୁଲ । ଟ୍ରେନର ଏମିତି ଏକ ବଗି ମଧ୍ୟ ରହିଛି, ଯେଉଁଥିରେ ଯାତାୟତ କରିବା ପାଇଁ ବାରଣ କରାଯାଇଛି । ଏହି ବଗିରେ ଯାତ୍ରା କଲେ ଜଣେ ବ୍ୟକ୍ତିଙ୍କୁ ଜେଲ ହୋଇପାରେ । ତେବେ ଟ୍ରେନରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ବଗି ରକାଯାଇଥାଏ । ଏହାକୁ ପ୍ୟାଣ୍ଟ୍ରି କୋଚ ବା ପ୍ୟାଣ୍ଟ୍ରି କାର୍ ବୋଲି କୁହାଯାଏ । ଯଦି କୌଣସି ଯାତ୍ରୀ ଏହି ବଗିରେ ଯାତ୍ର କରୁଥିବା ବେଳେ ଧରା ପଡନ୍ତି, ତେବେ ତାଙ୍କୁ ଜରିମାନା ହେବା ସହ ଜେଲ ମଧ୍ୟ ହୋଇପାରେ । ଭାରତୀୟ ରେଲୱେର ନିୟମ ଅନୁସାରେ, କୌଣସି ଯାତ୍ରୀ ଟ୍ରେନର ପ୍ୟାଣ୍ଟ୍ରି କାରରେ ଯାତ୍ରା କରିପାରିବେ ନାହିଁ । ତେବେ ଏହି କେଚରେ ଯିବା ବେଳେ କେହି ଧରା ପଡିଲେ ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଏହି ନିୟମ ଗୁଡିକ ମଧ୍ୟ ମନେ ରଖନ୍ତୁ:

ଟ୍ରେନରେ ଯାତ୍ରା କରିବା ସମୟରେ ଧୂମ୍ରପାନ ମଧ୍ୟ ବର୍ଜନୀୟ ହୋଇଥାଏ । ଏହାସହିତ ଟ୍ରେନ ଏବଂ ରେଲୱେ ପରିସରରେ ମଦ୍ୟପାନ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥାଏ । ସେହିପରି ଯାତ୍ରୀଙ୍କୁ ତାଙ୍କର ଜିନିଷ ନେବା ପାଇଁ ଅନୁମତି ମିଳିଛି, କିନ୍ତୁ ଏହି ଜିନିଷଗୁଡିକର ଓଜନର ଏକ ସୀମା ଧାର୍ଯ୍ୟ ହୋଇଛି । ପ୍ରଥମ ଏସି ଏବଂ ଦ୍ୱିତୀୟ ଏସି କୋଚରେ ୪୦ କେ.ଜି ଓଜନର ଜିନିଷ ନେଇ ଯାତାୟତ କରିପାରିବେ । ସେହିପରି ଥାର୍ଡ ଏସି ଏବଂ ଚେୟାର କାର ପାଇଁ ୩୫ କିଲୋ ଓଜନ ଏବଂ ସ୍ଲିପର କ୍ଲାସ ପାଇଁ ୧୫ କେଜି ଓଜନ ପର୍ଯ୍ୟନ୍ତ ଜିନିଷ ନେବା ପାଇଁ ଅନୁମତି ଦେଇଛି ରେଲୱେ । କୌଣସି ବିପଦପୂର୍ଣ୍ଣ ଜିନିଷ ନେଇ ଯାତ୍ରୀ ଟ୍ରେନରେ ଯାଇ ପାରିବେ ନାହିଁ ।

Get real time updates directly on you device, subscribe now.