fbpx

ଲଞ୍ଚ ହେଲା ଆପଲର ନୂଆ ଓ୍ବାଚ, 30 ମିନିଟରେ ଶତପ୍ରତିଶତ ଚାର୍ଜ

ନୂଆଦିଲ୍ଲୀ: ଆଇଫୋନ 16 ସିରିଜ ସହିତ ଆପଲ ଏହାର ମେଗା ଇଭେଣ୍ଚରେ ଅନ୍ୟ କେତେକ ଦମଦାର ପ୍ରଡକ୍ଟ ମଧ୍ୟ ଲଞ୍ଚ କରିଛି । ଆପଲ୍ ଏୟାରପୋଡ୍ 4 ରୁ ଆପଲ୍ ୱାଚ୍ ଅଲଟ୍ରା 2 ଭଳି ଅନେକ ଲଞ୍ଚ ହୋଇଛି । ଏହା ବ୍ୟତୀତ କମ୍ପାନୀ ବିଭିନ୍ନ ରଙ୍ଗରେ ଆପଲ୍ ଏୟାରପୋଡ୍ ମ୍ୟାକ୍ସ ହେଡଫୋନ୍ ଲଞ୍ଚ କରିଛି । ଏଥିରେ ଅନେକ ଦମଦାନ ଫିଚର ମଧ୍ୟ ରହିଛି ।

Apple Watch 10 Series Specs ପ୍ରଥମ ଥର ପାଇ ପାଇଁ ଏହି ଘଣ୍ଚାରେ ଜବରଦସ୍ତ OLED ପ୍ରଦାନ କରାଯାଇଛି ।  ଏହା ଆଲୁମିନିୟମ ମେଟା ସହିତ ମିଶ୍ରଣ ହୋଇ ତିଆରି ହୋଇଛି । ଏହାର ସ୍ପିକର ମଧ୍ୟ ସାନଦାର ରହିଛି । ଅନ୍ୟପଟେ ଏହାର ବିଶେଷତା ହେଉଛି ଫାଷ୍ଟ ଚାର୍ଜିଂ । 30 ମିନିଟରେ 80 ପ୍ରତିଶତ ବ୍ୟାଟେରୀ ଚାର୍ଜ ହେବ । ଏହାକୁ ବ୍ଲାକ, ସିଲଭର ଏବଂ ରୋଜ ଗୋଲ୍ଡ ଭଳି 3ଟି ରଙ୍ଗରେ ମାର୍କେଟକୁ ଛଡା ଯାଇଛି । ଆପଲ ଓ୍ବାଚ ଆଇଓଏସ 10ରେ ଅନେକ ନୂଆ ଫିଚର ରହିଛି । ଫଟୋ ଏବଂ ଟ୍ରାନ୍ସଲେସନ ଫିଚର ରହିଛି । ସିରିଜ 10ରେ ଅନେକ ସାନଦାର ଫିଚର ରହିଛି । ଏଥିରେ ସ୍ଲିପ ଆପ୍ନିଆକୁ ଚିହ୍ନଟ କରିବାର ଫିଚର ରହିଛି । ହି ଡିଭାଇସ୍ 18 ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ପ୍ରଦାନ କରିଥାଏ । କହିରଖୁଛୁ କି ଆପଲ ଓ୍ବାଚ ସିରିଜ 10ର ଜିପିଏସ ମଡେଲକୁ କମ୍ପାନୀ ଆମେରିକାରେ 399 ଡଲାରରେ ଲଞ୍ଚ କରିଛି ।

Apple Watch Ultra 2- ୱାଚ୍ 10 ସିରିଜ୍ ସହିତ ଆପଲ୍ ନୂଆ ଘଣ୍ଟା ଅଲଟ୍ରା 2କୁ ମଧ୍ୟ ଲଞ୍ଚ କରିଛି । ଏଥିରେ ଏକ କଠିନ ଟାଇଟନିୟମ କେସ ଦିଆଯାଇଛି । ଅଲ୍ଟ୍ରା 2 ରେ ଡୁଆଲ୍ ଫ୍ରିକ୍ୱେନ୍ସି ଜିପିଏସ୍ ସହିତ ଉନ୍ନତ ପୋଜିସନ୍ ସଫ୍ଟୱେର୍ ରହିଛି, ଯାହା କି ଅନ୍ୟ କୌଣସି ସ୍ପର୍ସ ଘଣ୍ଟାରେ ନାହିଁ । ଏହାସହିତ ଉନ୍ନତ ନାଭିଗେସନ ସୁବିଧା ପାଇବେ ୟୁଜର୍ସ । ଏହି ଘଣ୍ଟାରେ ସନ୍ତରଣକାରୀଙ୍କ ପାଇଁ ମଧ୍ୟ ଏକ ସେନ୍ସର ଦେଇଛି କମ୍ପାନୀ । ଏହାକୁ 799 ଡଲାରରେ ଲଞ୍ଚ କରାଯାଇଛି । ଏହାର ପ୍ରି ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି ।

Apple Airpods 4- ଆପଲ୍ ଆଇପୋଡ୍ 4 ରେ ଏକ ନୂଆ ଫିଚର ଦେଇଛି କମ୍ପାନୀ । ଆପଣ ନିଜର ମୁଣ୍ଡ ଉପରକୁ ଏବଂ ତଳକୁ କରି କଲ୍ ଉଠାଇପାରିବେ ଏବଂ କାଟି ପାରିବେ । ତେବେ ଏହାର ବ୍ୟାଟେରୀ ଥରେ ଚାର୍ଜ କଲେ 30 ଘଣ୍ଟା ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଡିଭାଇସ୍ କ୍ଷେତ୍ରରେ ସ୍ପୋର୍ଟସ୍ ଟାଇପ୍-ସି ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି । ଏହାସହିତ ଆଣ୍ଟି ନୋଏଜ କାନ୍ସି ଲେସନ ଫିଚର ରହିଛି । କହିରଖୁଛୁ କି, ଆପଲ ଏୟାରପୋଡ 4ର ଦାମ 129 ଡଲାର ଅଟେ । ଭାରତୀୟ ମୁଦ୍ରାରେ ପ୍ରାୟ 10 ହଜାର ଟଙ୍କା ହେବ ।

 

Get real time updates directly on you device, subscribe now.