ଭୟ ଏକ ପ୍ରାକୃତିକ ଅବସ୍ଥା ଯାହା ଆମର ମାନସିକ ଏବଂ ଶାରୀରିକ ଗଠନ ଉପରେ ପ୍ରଭାବ ପକାଇଥଏ । ଏହା ଏକ ସଙ୍କେତ ଯାହା କିଛି ବିପଦର ସମ୍ଭାବନା ବିଷୟରେ ଆମ ମନକୁ ସୂଚିତ କରେ । କିନ୍ତୁ ଅନ୍ୟପକ୍ଷରେ ବିଜ୍ଞାନ ଦର୍ଶାଏ ଯେ ଭୟର ମୂଳ କାରଣ ଆମ ମସ୍ତିଷ୍କ ମଧ୍ୟରେ ଅଛି । ଏହା ବିଭିନ୍ନ କାରଣରୁ ଯେପରିକି ଜୀବନରେ ବିଭିନ୍ନ ଚ୍ୟାଲେଞ୍ଜ, ଅନିୟନ୍ତ୍ରିତ ଘଟଣା କିମ୍ବା ଗଭୀର ଭାବନା ସହିତ ଜଡିତ ଭୟରୁ ଆସିଥାଏ ।
ଭୟ ଆମ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ବିଜ୍ଞାନ ବିଶ୍ୱାସ କରେ । ଏହା ଆମର ହୃଦସ୍ପନ୍ଦନ ବଢ଼ାଇବା ସହିତ ଆମର ଶ୍ୱାସକ୍ରିୟାକୁ ତୀବ୍ର ମଧ୍ୟ କରିପାରେ । ଏହା ସହିତ ଆମର ମସ୍ତିଷ୍କକୁ ସତର୍କ ମଧ୍ୟ ରଖିପାରେ । ବୈଜ୍ଞାନିକଙ୍କ ଅନୁଯାୟୀ, ଭୟ ଲାଗିବା ସମୟରେ ମାନବ ମସ୍ତିଷ୍କରେ ଦୁଇଟି ସର୍କିଟ୍ ଥାଏ ଯାହା ଏହି ପ୍ରକାର ଅନୁଭୂତି ସୃଷ୍ଟି କରେ । ଏହି ସର୍କିଟ୍ ଗୁଡିକ ମସ୍ତିଷ୍କର ଆମିଗ୍ଡାଲାରେ କାଲସିଟୋନିନ୍ ଜିନ୍ ସମ୍ବନ୍ଧୀୟ ପେପ୍ଟାଇଡ୍ ଏବଂ ନ୍ୟୁରନ୍ ସହିତ ଜଡିତ । ଏମାନେ ଏକତ୍ର ହୋଇ ଭୟର ଭାବନା ସୃଷ୍ଟି କରନ୍ତି । ତେବେ ଜଣେ ବ୍ୟକ୍ତି ଭୟ ଅନୁଭବ କଲେ ଶରୀରରେ ସ୍ୱତନ୍ତ୍ର ହରମୋନ୍ ଏବଂ ରାସାୟନିକ ଉପାଦାନ ନିର୍ଗତ ହୁଏ । ଏଥିରେ କର୍ଟିସୋଲ, ଏପିନେଫ୍ରାଇନ୍ ଏବଂ କ୍ୟାଲସିୟମ୍ ଅନ୍ତର୍ଭୁକ୍ତ । ଏହି ହରମୋନ୍ ଏବଂ ରାସାୟନିକ ଉପାଦାନଗୁଡ଼ିକ ଭୟ ସମୟରେ ଶରୀରର ବିଭିନ୍ନ କାର୍ୟ୍ୟକୁ ନିୟନ୍ତ୍ରଣ କରିଥାନ୍ତି ।
ତେବେ ଅତ୍ୟଧିକ ଭୟଭୀତ ହେବା କେତେକଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଏପରି ପରିସ୍ଥିତିରେ ହୃଦଘାତ କିମ୍ବା ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇପାରେ । ଏଥିରେ ବ୍ୟକ୍ତିର ଜୀବନ ମଧ୍ୟ ବିପଦରେ ପଡିପାରେ । ଭୟ କାରଣରୁ ଶରୀରରେ ଆଡ୍ରେନାଲିନ୍ ହରମୋନର ପରିମାଣ ବଢ଼ିଯାଏ ଯାହା ସମଗ୍ର ଶରୀରକୁ ଭୟ ବିରୁଦ୍ଧରେ ଲଢ଼ିବା କିମ୍ବା ଆରାମ କରିବା ଅବସ୍ଥାକୁ ନେଇ ଯାଇଥାଏ । ଏହି କାରଣରୁ ହୃଦସ୍ପନ୍ଦନ ବଢ଼ିଯାଏ ଏବଂ ମାଂସପେଶୀରେ ରକ୍ତ ପ୍ରବାହ ଦ୍ରୁତ ହୋଇପାରେ । ଏହି କାରଣରୁ ଆପଣଙ୍କ ଶରୀରର ଅଙ୍ଗଗୁଡ଼ିକ କାମ କରିବା ମଧ୍ୟ ବନ୍ଦ କରିଦେଇପାରନ୍ତି ଯାହା ଦ୍ୱାରା ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ ।