fbpx
BSKY SKY
BSKY SKY

(video)ସୁଡଙ୍ଗର ଛାତି ଚିରି ଶ୍ରମିକଙ୍କୁ କରାଯିବ ଉଦ୍ଧାର: ଘଟଣାସ୍ଥଳରେ ଜୟ ଶ୍ରୀରାମ ନାରା, ଭିଡିଓ ଜାରି

BSKY

ଉତ୍ତରକାଶୀ ସିଲ୍କୟାରା ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଆମେରିକାର ଅଗର ମେସିନ୍ ବିଫଳ ହୋଇଯିବା ପରେ ସମସ୍ତେ ନିରାଶ ହୋଇପଡିଛନ୍ତି । ଏହାପରେ ଉଦ୍ଧାରକାରୀ ଦଳ ଏବେ ଅନ୍ୟ ଏକ ଯୋଜନା ହାତକୁ ନେଇଛନ୍ତି । ରବିବାର ଦ୍ୱିପ୍ରହର ସୁଦ୍ଧା ସୁଡଙ୍ଗର ଉପରଭାଗର ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଯାଇଛି । ଉଦ୍ଧାରକାରୀ ଦଳଙ୍କ କହିବା ଅନୁଯାୟୀ ଏବେ ସୁଡଙ୍ଗକୁ ଦୁଇ ଭାଗ କରି ଚିରି ଶ୍ରମକଙ୍କୁ ଉଦ୍ଧାର କରାଯିବ । ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ପ୍ରଭୁ ଶ୍ରୀରାମଙ୍କ ଜୟ ଜୟକାର କରୁଥିବାର ନଜର ଆସୁଛନ୍ତି । ଭର୍ଟିକାଲ ଡ୍ରିଲିଂ ମେସିନ୍ ଟନେଲ୍ ଉପରେ ହୋଲ୍ କରୁଥିବାର ମଧ୍ୟ ଭିଡିଓରେ ନଜର ଆସୁଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଦୀର୍ଘ ୧୫ ଦିନ ଧରି ୪୧ ଶ୍ରମିକ ଟନେଲ ମଧ୍ୟରେ ଫସି ରହିଛନ୍ତି । ବୋତଲରେ ଖାଦ୍ୟପେୟ ଭରି ସେମାନଙ୍କ ପାଖକୁ ପଠାଯାଉଛି । ଏହା ସହିତ ସେମାନଙ୍କ ମନୋବଳ ବଢାଇବା ସେମାନଙ୍କ ପାଖକୁ ମନୋରଞ୍ଜନର ବିଭିନ୍ନ ସାଧନ ବି ପଠାଯାଉଛି । ରବିବାର ଦ୍ୱିପ୍ରହରରୁ ଏହି ମେସିନ୍ ଟନେଲକୁ ଚିରିବା ଆରମ୍ଭ କରିଛି । ଗତ ଦେଢ ଘଣ୍ଟା ଭିତରେ ଏହି ମେସିନ୍ ଟନେଲ ମଧ୍ୟରେ ୮ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରିଛି ।

Get real time updates directly on you device, subscribe now.