fbpx

(Video) ମଝି ଆକାଶରେ ହେଲା ଏଭଳି ବିବାହ: ପ୍ରାଇଭେଟ୍‌ ଜେଟ୍‌କୁ ଭଡାରେ ନେଇ ଝିଅର ବାହାଘର କଲେ ବାପା

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତେ ନିଜ ଭାରତୀୟ ପରମ୍ପରାକୁ ଭୁଲି ବିବାହକୁ ବହୁ ଆଡମ୍ବରରେ ଆୟୋଜନ କରୁଛନ୍ତି। କିଏ ହୋଟେଲ, ମଣ୍ଡପରେ ବିବାହ କରୁଛି ତ ପୁଣି ଆଉ କିଏ ବିଦେଶ ବିବାହ କରୁଛି। ତେବେ ଏହାରି ଭିତରେ ଏକ ବିବାହ ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। କାରଣ ଏହି ବାହାଘରଟି ଭୂମି ଉପରେ ନୁହେଁ ବରଂ ମଝି ଆକାଶରେ ହୋଇଛି। ୟୁଏଇ ଅଧିବାସୀ ଭାରତୀୟ ବ୍ୟବସାୟୀ ଦିଲ୍ଲୀପ ପୋପଲେ ନିଜ ଝିଅର ବାହାଘର ଏଭଳି ଆଡମ୍ବରରେ କରିଥିବା ଦେଖିବାକୁ ମିଳିଛି। ସେ ଜେଟଏକ୍ସ ବୋଇଙ୍ଗ ୭୪୭ ବିମାନ ଭିତରେ ଏହି ବିବାହୋତ୍ସବ ଆୟୋଜନ କରିଥିଲେ। ଝିଅର ବାହାଘର ପାଇଁ ସେ ଏହି ପ୍ରାଇଭେଟ୍‌ ଜେଟ୍‌କୁ ଭଡାରେ ନେଇଥିଲେ ଓ ଜେଟ୍‌ରେ ଝିଅର ବିବାହ କରାଇଥିଲେ।

ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଜେଟ୍‌ ଭିତରେ ଲୋକ ନାଗ-ଗୀତ କରି ଝୁମୁଥିବାର ନଜର ଆସିଛି। ବିମାନ ଉଡୁଥିବାବେଳେ ସବୁ ଅତିଥିଙ୍କୁ ବିବାହ ମଣ୍ଡପକୁ ସ୍ୱାଗତ କରାଯାଇଥିଲା। ନଭେମ୍ବର ୨୪ରେ ଏହି ବାହାଘର ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ମେହେନ୍ଦୀ, ସଙ୍ଗୀତ ଓ ହଲଦୀ ପାଇଁ ଜେଟର ବିଭିନ୍ନ ସ୍ଥାନକୁ ବିଭିନ୍ନ ଶୈଳୀରେ ଡେକୋରେଟ କରାଯାଇଥିଲା। ନିଜ ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବ୍ୟବସାୟୀ ଦିଲ୍ଲୀପ ପୋପଲେ ଏପରି କରିଛନ୍ତି। ଏବେ ପ୍ରାୟ ବିବାହକୁ ଜାକଜକମରେ ଓ ଭିନ୍ନ ସ୍ଥାନରେ କରାଯାଉଥିବା ବେଳେ ଏହାକୁ ଡେଷ୍ଟିନେଶନ ୱେଡିଂ ବୋଲି କୁହାଯାଉଛି। ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଉଛି।

 

 

Get real time updates directly on you device, subscribe now.