fbpx

ନବାରାତ୍ରୀରେ ଏହିସବୁ ଖାଦ୍ୟ ହୋଇଥାଏ ବାରଣ: କିନ୍ତୁ କାହିଁକି? ଜାଣନ୍ତୁ ପୌରାଣିକ କାହାଣୀ

ଓଡ଼ିଶା ଭାସ୍କର: ଦୁର୍ଗତିନାଶିନୀ ମା ଦୁର୍ଗା । ଚଳିତ ବର୍ଷ ପୂଜା ପାଇଁ ଅତି ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରି ରହିଛନ୍ତି । ଦଶଭୂଜା ଦେବୀ ମା ଦୂର୍ଗାଙ୍କ ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି । ଏହି ପର୍ବକୁ ସମଗ୍ର ଦେଶବାସୀ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଏହି ଦିନମାନଙ୍କରେ ମା ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତେବେ ଶାସ୍ତ୍ର ଅନୁସାରେ ଏହି ଦିନମାନଙ୍କରେ ଯେଉଁମାନେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ମାଙ୍କ ପୂଜା ଅର୍ଚ୍ଚନା କରିବେ ସେମାନଙ୍କୁ ମାଙ୍କ ଆର୍ଶିବାଦ ପ୍ରାପ୍ତି ହେବ । ହିନ୍ଦୁ ପାଞ୍ଜି ଅନୁସାରେ ଆଶ୍ଵିନ ମାସ ଶୁକ୍ଲ ପକ୍ଷର ପ୍ରତିପଦା ହିସାବରେ ଆଜି ଠାରୁ ଆରମ୍ଭ ନବରାତ୍ରୀ । ତେବେ ନବରାତ୍ରୀ ଚାଲିଥିବା ସମୟରେ ପିଆଜ ଏବଂ ରସୁଣ ଖାଇବା ଅନୁଚିତ । ଏହାର ଯଥେଷ୍ଟ କାରଣ ରହିଛି । ତେବେ ଆସନ୍ତୁ ଜାଣିବା ନବରାତ୍ରୀରେ କ’ଣ କରିବାକୁ ବାରଣ କରାଯାଇଛି ।

ଶାରଦୀୟ ଦୂର୍ଗାପୂଜାରେ ଆସନ୍ତା ସୋମବାର ଦିନ ମନ୍ଦିର, ଘରେ ଏବଂ ବିଭିନ୍ନ ସ୍ଥାନରେ ଦେବୀଙ୍କୁ ଆରଧନା ପାଇଁ କଳସ ସ୍ଥାପନା କରାଯିବ । ନବରାତ୍ରୀରେ ଲୋକମାନେ ମା ଦୁର୍ଗାଙ୍କ ପୂଜା କରିବା ସହ ବ୍ରତ ବି ରଖିଥାନ୍ତି । ବ୍ରତ ରଖିଥିବା ସମୟରେ ଲୋକମାନେ ସାତିକ ଭୋଜନ କରିଥାନ୍ତି । ଯେଉଁଥିରେ ରସୁଣ କିମ୍ବା ପିଆଜ ପକାଇବା ବାରଣ କରାଯାଇଛି । ହିନ୍ଦୁ ପୁରାଣ ଅନୁସାରେ ପୂଜାପାଠ କିମ୍ବା ବ୍ରତ ରଖିବା ସମୟରେ ପିଆଜ, ରସୁଣ ବ୍ୟବହାର କରାଯିବା ଉଚିତ ନୁହେଁ କିମ୍ବା ସେମାନଙ୍କଠାରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

ହିନ୍ଦୁ ପୁରାଣ ବର୍ଣ୍ଣନା କରଯାଇଛି ଯେ, ଯେତେବେଳେ ଦେବାଦେବୀ ଏବଂ ଅସୁରମାନଙ୍କ ମଧ୍ୟରେ ସାଗର ମନ୍ଥନରୁ ୯ ଟି ରତ୍ନ ବାହାରିଥିଲା । ଏହା ସହ ସାଗର ମନ୍ଥନ ଶେଷରେ ଅମୃତ ବାହାରିଥିଲା। ସାଗର ମନ୍ଥନରୁ ବହାରିଥିବା ଅମୃତକୁ ଭଗବାନ ବିଷ୍ଣୁ ମୋହିନୀ ଅବତାର ନେଇ ଦେବତାଙ୍କୁ ଅମୃତ ପାନ କରାଇଥିଲେ। ସେତେବେଳେ ଦୁଇ ଜଣ ଦାନବ ତଥା ରାକ୍ଷାସ ରାହୁ ଏବଂ କେତୁ ଦେବତାଙ୍କ ରୂପ ନେଇ ଅମୃତ ପ।ନ କରିଥିଲେ ସେତେବେଳେ ଭଗବାନ ବିଷ୍ଣୁ ଏହି ବିଷୟରେ ଜାଣି ପାରି ତାଙ୍କର ମୁଣ୍ଡ କାଟ କରିଥିଲେ । ଯାହା ଦ୍ୱାରା ତାଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇ ତଳେ ପଡି ଯାଇଥିଲା ଏବଂ ସେଥିରୁ ରକ୍ତ ବୁନ୍ଦା ବାହାରିଥିଲା । ସେଥିରୁ କିଛି ରକ୍ତର ଛିଟା ଧରାପୃଷ୍ଠରେ ପଡିଥିଲା ।

କିମ୍ବଦନ୍ତୀ କୁହେ ଦୁଇଜଣ ଦାନବ ରାହୁ ଏବଂ କେତୁଙ୍କ ରକ୍ତରୁ ପିଆଜ ଏବଂ ରସୁଣର ସୃଷ୍ଟି ହୋଇଥିଲା। ସେଥିାଇଁ ରସୁଣ ଏବଂ ପିଆଜରୁ ଦୁର୍ଗନ୍ଧ ବାହାରିଥାଏ । ଏଥିାଇଁ ବ୍ରତ ଏବଂ ପୂଜା ଦିନ ପିଆଜ ଏବଂ ରସୁଣକୁ ବାରଣ କରାଯାଏ । ତେବେ ଏହାର ଏକ ଭଲ ଗୁଣ ମଧ୍ୟ ରହିଛି । ରାହୁ ଏବଂ କେତୁ ପାନ କରିଥିବା ଅମୃତ କିଛି ତାଙ୍କ ଶରୀର ଭିତରକୁ ମଧ୍ୟ ପ୍ରବେଶ କରିଯାଇଥିଲା । ଯାହା ଦ୍ୱାରା ରସୁଣ-ପିଆଜକୁ ବ୍ୟବହାର କଲେ ଆମକୁ ରୋଗ ସହ ଲଢିବାକୁ ସାହାସ ମିଳିଥାଏ ।

Get real time updates directly on you device, subscribe now.