fbpx

ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି ରହିଛି ଏହିସବୁ ସରକାରୀ ଚାକିରୀ, ଜାଣନ୍ତୁ କେତେ ରହିଛି ଦରମା

ନୂଆଦିଲ୍ଲୀ: ପାଠ ପଢି ସରକାରୀ ଚାକିରୀ କରିବାର ସ୍ୱପ୍ନ ସବୁ ଛାତ୍ରଛାତ୍ରୀ ଦେଖିଥାନ୍ତି । ସ୍କୁଲ ପଢା ଶେଷ କରିବା ପରେ ଛାତ୍ରଛାତ୍ରୀ ସରକାରୀ ଚାକିରୀରେ ନିଜ କ୍ୟାରିୟର ଗଢିବାକୁ ସେହି ଅନୁଯାୟୀ ପ୍ରସ୍ତୁତ ହୋଇଥାନ୍ତି । ଦଶମ ଓ ଦ୍ୱାଦଶ ପରେ ଶିକ୍ଷାର୍ଥୀଙ୍କ ଲାଗି ସରକାରୀ ଚାକିରିର ଦ୍ୱାର ଖୋଲିଯାଏ । ଯଦି ଆପଣ ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ପାସ୍ କରିଛନ୍ତି ତେବେ ଆପଣ ନିମ୍ନୋକ୍ତ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ ।

ରେଲୱେ:ଦ୍ୱାଦଶ ପରେ ଭାରତୀୟ ରେଲୱେରେ ଚାକିରୀ କରିବା ସହଜ ହୋଇଥାଏ । ରେଲୱେରେ ଏପରି ବହୁ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥାଏ ଯେଉଁଥିରେ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରହିଥାଏ । ରେଲୱେରେ ଟ୍ରାକମ୍ୟାନ୍‌, ଗେଟ୍‌ମ୍ୟାନ୍‌, ପଏଣ୍ଟସ୍‌ମ୍ୟାନ୍‌, ହେଲପର, ପୋର୍ଟର ସହିତ ବହୁ ଅନ୍ୟ ପଦବୀ ଲାଗି ଦଶମ ପାସ୍ ପ୍ରାର୍ଥୀ ବି ଆବେଦନ କରିପାରିବେ । ଏହି ପଦରେ ପ୍ରାର୍ଥୀଙ୍କୁ ୨୨,୫୦୦ରୁ ୨୫,୩୮୦ ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ସେହିପରି ୧୦ମ ଓ ଦ୍ୱାଦଶ ପ୍ରାର୍ଥୀଙ୍କ ଲାଗି ରେଲୱେରେ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଲାଗି ବିଜ୍ଞାପନ ବାହାରିଥାଏ । ଏହା ବ୍ୟତିତ ଦ୍ୱାଦଶ ଉତ୍ତୀର୍ଣ୍ଣ ରେଲୱେରେ ଏଏଲପି, ସହାୟକ ଲୋକୋପାଇଲଟ୍‌, ଆରଆରବି ଏନଟିପିସି ପଦ ଲାଗି ଆବେଦନ କରିପାରିବେ । ଏହି ନିଯୁକ୍ତି ଲାଗି ବିଜ୍ଞାପନ ଚେକ୍ କରିବା ଲାଗି ପ୍ରାର୍ଥୀଙ୍କୁ ରେଲୱେ ୱେବସାଇଟ୍ https://indianrailways.gov.in/ କୁ ଯିବାକୁ ହେବ ।
ଭାରତୀୟ ଡାକ:ଯଦି ଆପଣ ଦ୍ୱାଦଶ ଉତ୍ତୀର୍ଣ୍ଣ ହୋଇଛନ୍ତି ତେବେ ଭାରତୀୟ ଡାକରେ ସରକାରୀ ଚାକିରୀ ପାଇପାରିବେ । ୧୦ମ ପାସ୍ କରିଥିବା ପ୍ରାର୍ଥୀ ପୋଷ୍ଟାଲ ଆସିଷ୍ଟାଣ୍ଟ, ସର୍ଟିଙ୍ଗ୍ ଆସିଷ୍ଟାଣ୍ଟ, ମଲ୍ଟି ଟ୍ୟାକ୍ସିଂ ଷ୍ଟାଫ, ସହିତ ଅନ୍ୟାନ୍ୟ ପଦବୀରେ ଆବେଦନ କରିପାରିବେ । ଡାକ ବିଭାଗରେ ଜିଡିଏସ୍‌, ସହାୟକ, ପୋଷ୍ଟମ୍ୟାନ୍ ସହିତ ବିଭିନ୍ନ ପଦ ଲାଗି ଦ୍ୱାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଭର୍ତ୍ତି ହୋଇଥାନ୍ତି । ପୋଷ୍ଟାଲ ଆସିଷ୍ଟାଣ୍ଟ ଓ ସର୍ଟିଂ ଆସିଷ୍ଟାଣ୍ଟଙ୍କୁ ୨୫,୫୦୦ରୁ ୮୧,୧୦୦ ପର୍ଯ୍ୟନ୍ତ ଦରମା ମିଳିଥାଏ ।
ଷ୍ଟାଫ ସିଲେକ୍ସନ କମିଶନ(ଏସଏସସି): ଏସଏସସି ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି ବହୁ ନିଯୁକ୍ତି ଆହ୍ୱାନ କରିଥାଏ । ଏଥିରେ ସେନା ଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର ପର୍ଯ୍ୟନ୍ତ ବିଭିନ୍ନ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ଜାରି କରାଯାଇଥାଏ । ଏଥିରେ ପ୍ରାର୍ଥୀଙ୍କୁ ମାସିକ ୫୨୦୦ରୁ ୩୪୮୦୦ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ ।
ପୋଲିସ କନଷ୍ଟେବଲ: ଯଦି ଆପଣ ଶାରୀରିକ ଦୃଷ୍ଟିରୁ ଫିଟ୍ ଅଛନ୍ତି ତେବେ ରାଜ୍ୟରେ ପୋଲିସ କନଷ୍ଟେବଲ ଭର୍ତ୍ତି ଲାଗି ଆବେଦନ କରିପାରିବେ । ବହୁ ରାଜ୍ୟରେ ପୋଲିସ କନଷ୍ଟେବଲ ଚାକିରୀ ପାଇଁ ଦ୍ୱାଦଶ ପାସ୍ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ଉତ୍ତରପ୍ରଦେଶରେ ପୋଲିସ କନଷ୍ଟେବଲଙ୍କ ବେସିକ୍ ପେ’ ୨୧,୭୦୦ଟଙ୍କା ହୋଇଥାଏ ।

Get real time updates directly on you device, subscribe now.