fbpx

ଭାଗ୍ୟ ଦେଲାନି ସାଥ୍… ଜୀବନ ଯୁଦ୍ଧରେ ହାରିଗଲେ ଏହିସବୁ ମହାନ୍ ଯୋଦ୍ଧା: ଅନେକ VVIP ସାମିଲ

ଓଡ଼ିଶା ଭାସ୍କର: ହେଲିକପ୍ଟର ଦୁର୍ଘଟଣାରେ ଇରାନ ନିଜ ଦେଶର ରାଷ୍ଟ୍ରପତି ଇବ୍ରାହିମ ରଇସି । ୬୩ ବର୍ଷ ବୟସରେ ରଇସିଙ୍କ ଦେହାନ୍ତ ବର୍ତ୍ତମାନ ସମଗ୍ର ଇରାନକୁ ଶୋକର ସାଗରରେ ବୁଡ଼ାଇ ଦେଇଛି । ରାଷ୍ଟ୍ରପତି ରଇସିଙ୍କ ସହବୈଦେଶିକ ମନ୍ତ୍ରୀ ହୁସେନ ଅମୀର ଅବଦୁଲ୍ଲାହିୟନ, ପୂର୍ବ ଅଜରବେଜାନର ଗଭର୍ଣ୍ଣର ମାଲେକ ରହମତୀ ଏବଂ ଧାର୍ମିକ ନେତା ମହମ୍ମଦ ଅଲୀ ଆଲେ-ହାଶୋମ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ କେବଳ ଇରାନ ରାଷ୍ଟ୍ରପତି ନୁହେଁ, ପୂର୍ବରୁ ଆହୁରି ଅନେକ ଭିଭିଆଇପି ହସ୍ତୀ ମଧ୍ୟ ଦୁର୍ଭାଗ୍ୟଜନକ ଭାବରେ ମୃତ୍ୟୁବରଣ କରିଛନ୍ତି ।

ସିଡିଏସ ବିପିନ ରାୱତ: ହେଲିକପ୍ଟର କ୍ରାଶ କଥା ଶୁଣିଲେ ସର୍ବପ୍ରଥମେ ଭାରତର ପୂର୍ବ ଜେନେରାଲ ବିପିନ ରାୱତଙ୍କ ନାମ ମନେ ପଡ଼ିଯାଏ । ୨୦୨୧ ଡିସେମ୍ବର ୮ ତାରିଖରେ ତାମିଲନାଡୁର ନୀଳଗିରି ଜିଲ୍ଲାର କୁନ୍ନୁରରେ ଏକ ହେଲିକପ୍ଟର କ୍ରାଶ ଖବର ସାମନାକୁ ଆସିଥିଲା, ଏହି ଦୁର୍ଘଟଣାରେ ତତ୍କାଳୀନ ଡିଫେନ୍ସ ଚିଫ୍(ସିଡିଏସ) ବିପିନ ରାୱତ ସହୀଦ ହୋଇଥିବା ଜାଣିବାକୁ ମିଳିଥିଲା । ତାଙ୍କ ସହ ପତ୍ନୀ ମଧୁଲିକାଙ୍କ ସହ ଅନ୍ୟ ୧୪ ଜଣ ଯାତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ସଙ୍ଗେ ସଙ୍ଗେ ଏହି ଘଟରା ସାରା ଭାରତରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଭାରତ ମାତାର ବୀରପୁତ୍ରଙ୍କ ସହୀଦ ଖବର ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା ।

ସଞ୍ଜୟ ଗାନ୍ଧୀ: ଗାନ୍ଧୀ ପରିବାର ପାଇଁ କାଳ ରାତ୍ରୀ ପାଲଟି ଯାଇଥିଲା ୧୯୮୦ ମସିହା ଜୁନ୍ ୨୩ ତାରିଖର ରାତି । ଏହିଦିନ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକ ହେଲିକପ୍ଟର କ୍ରାଶରେ ନିଜ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ସବୁ ଦିନ ପାଇଁ ହରାଇ ଦେଇଥିଲେ । ସଞ୍ଜୟ ନିଜେ ଟୁ-ସିଟର୍ ପ୍ଲେନ୍ ପିଟ୍ସ-S2A ଉଡ଼ାଉଥିବା ବେଳେ ଏହା ଦିଲ୍ଲୀର ସଫଦରଗଞ୍ଜ ବିମାନ ବନ୍ଦର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ନିଆଁ ଲାଗିଯିବାରୁ ୩୩ ବର୍ଷୀୟ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା ।

ହେନସୀ କ୍ରୋନିଏ: ଦକ୍ଷିଣ ଆପ୍ରିକାର ପୂର୍ବତନ ଅଧିନାୟକ ହେନସୀ କ୍ରୋନିଏ ମଧ୍ୟ ଅକାଳରେ ଦେହତ୍ୟାଗ କରିଛନ୍ତି । ୨୦୦୦ ମସିହାରେ ଦେହାନ୍ତ ପୂର୍ବରୁ କ୍ରୋନିଏ ଏକ ମ୍ୟାଚ୍ ଫିକ୍ସିଙ୍ଗ ମାମଲା ଛନ୍ଦି ହୋଇ କ୍ରିକେଟରୁ ବ୍ୟାନ୍ ହୋଇଥିଲେ । ଏହାପରେ ଜୁନ୍ ୧, ୨୦୦୨ରେ ହକର ସିଡଲୀ ଏସଏଚ ୭୪୮ ଟର୍ବୋପ୍ରପ୍ ବିମାନରେ ସିଙ୍ଗ ପାସେଞ୍ଜର ଭାବରେ ଯାତ୍ରା କରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା ଏହି ବିମାନ । ଫଳରେ ସେ ଏଥିରେ ମୃତ୍ୟୁବରଣ କରିଥିଲେ ।

ଜେନେରାଲ ଫ୍ରାନ୍ସିସ ଓମୋଣ୍ଡି: ଗତ ଏପ୍ରିଲ ୮ ତାରିଖରେ କେନ୍ୟାର ଆର୍ମି ଚିଫ୍ ଜେନେରାଲ ଫ୍ରାନ୍ସିସ ଓମୋଣ୍ଡିଙ୍କ ନାମ ମଧ୍ୟ ସାମିଲ ରହିଛି । ଏକ ବିମାନ ଦୁର୍ଘଟଣାରେ ସେ ନିଜ ପ୍ରାଣ ହରାଇ ବସିଛନ୍ତି । ତାଙ୍କ ସହ ଦେଶର ଆଉ ୯ ଜଣ ସେନା ଅଧିକାରୀ ମଧ୍ୟ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ଏହା ବ୍ୟତୀତ ଭାରତର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ YSR ରେଡ୍ଡୀ, ଅରୁଣାଚଳ ପ୍ରଦେଶର ପୂର୍ବତନ ସିଏମ ଡୋରଜୀ ଖଣ୍ଡୁ, କଂଗ୍ରେସ ନେତା ମାଧବ ରାଓ ସ୍କିନ୍ଧିଆ, ଲୋକସଭାର ପୂର୍ବତନ ବକ୍ତା ଜିଏମସି ବାଲାୟୋଗୀ ଏବଂ ଶିଳ୍ପପତି ଓପି ଜିନ୍ଦଲ ଅଛନ୍ତି।

Get real time updates directly on you device, subscribe now.