fbpx

ସୋଡା ପାଣିର କ’ଣ ରହିଛି ଫାଇଦା, ଜାଣନ୍ତୁ

ଅନେକ ଲୋକଙ୍କୁ ସୋଡ଼ା ପିଇବାକୁ ଭଲ ଲାଗିଥାଏ । ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ତେବେ ଏହାର କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା…

ପ୍ରଥମେ ଆପଣଙ୍କୁ ଏକ ଚାମଚ ସୋଡା ସହିତ ଏକ ଚାମଚ ପାଣିକୁ ମିଶାନ୍ତୁ । ଏହା ପରେ ତୁଳା ସାହାଯ୍ୟରେ ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ଏହା ବ୍ୟତୀତ, ଆପଣ ନିଜ ଚେହେରାକୁ ସୋଡା ପାଣିରେ ୫ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ବୁଡ଼ାଇ ରଖିପାରିବେ । ତା’ପରେ ଏକ ଟାୱେଲରେ ମୁହଁ ପୋଛିବେ । ସପ୍ତାହରେ ଥରେ କି ୨ ଥର ଏପରି କରନ୍ତୁ ।

– ସୋଡାରେ କାର୍ବନ ଡାଇଅକ୍ସାଇଡରୁ ଗଠିତ ଫେଣ ହୋଇଥାଏ, ଯାହାକି ଚର୍ମରେ ଥିବା ମୃତ ସ୍କିନକୁ ବାହାର କରିଦିଏ ଓ ଚର୍ମକୁ ଭିତରୁ ସଫା କରିଥାଏ ।

– ସୋଡା ପାଣି ଦ୍ୱାରା ଆପଣଙ୍କ ଶରୀରରେ ଭାଙ୍ଗ ପଡିନଥାଏ ଓ ଏହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତରୁଣ କରିଥାଏ ।

– ସୋଡା ପାଣି ବ୍ୟବହାର କରିବା ଦ୍ୱାରା ଚେହେରାରେ ଚମକ ଆସିଥାଏ ।

Get real time updates directly on you device, subscribe now.