fbpx

ଭାରତୀୟ ସେନା କାର୍ଯ୍ୟକ୍ରମରେ ଏବେ ଶୁଣିବାକୁ ମିଳିବ ହିନ୍ଦୀ ଭାଷାର ସ୍ୱଦେଶୀ ଧୂନ, ସହିଦଙ୍କୁ ହେବ ସମର୍ପିତ

ନୂଆଦିଲ୍ଲୀ : ଭାରତୀୟ ସେନାକୁ ଶୀଘ୍ର ଏକ ନୂତନ ଧୂନ ମିଳିପାରେ । ଯାହାର ସ୍ୱର ହିନ୍ଦୀରେ ରହିବ । ଏହାକୁ ବିଟିଙ୍ଗ ଦ ରିଟ୍ରିଟ୍ ପରି ଗମ୍ଭୀର ରାଷ୍ଟ୍ରୀୟ ଆନୁଷ୍ଠାନିକ କାର୍ଯ୍ୟକ୍ରମର ଶେଷରେ ପରିବେଷଣ କରାଯିବ । ଭାରତରେ ସୈନ୍ୟ କାର୍ଯ୍ୟକ୍ରମରେ ବାଜୁଥିବା ଅନେକ ଧୂନ ବ୍ରିଟିଶ ଅମଳର । ସେନାର ରିକ୍ୱେଷ୍ଟ ଫର ପ୍ରପୋଜାଲ(ଆରଏଫପି)ରେ କୁହାଯାଇଛି ଯେ, ଏହି ନୂତନ ଗୀତ ସହିଦ ଭାରତୀୟ ସୈନିକ ଏବଂ ତାଙ୍କ ପରିବାରକୁ ସମର୍ପିତ କରାଯିବ । ହେଲେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ନୂତନ ଧୂନ କିଭଳି ରହିବ ।

ସୂଚନା ଅନୁଯାୟୀ, ସେନାର ଅତିରିକ୍ତ ନିଦ୍ଦେର୍ଶକ ଜେନେରାଲ ଅଫ ସେରେମୋନିଲ ୱେଲଫେୟାର ପକ୍ଷରୁ ନୂତନ ଧୂନ ପାଇଁ ପ୍ରସ୍ତାବ ଜୁଲାଇ ମାସରେ ମଗାଯାଇଥିଲା । ବର୍ତ୍ତମାନ ସୁଦ୍ଧା ତିନି ଗୀତିକାରଙ୍କ ପକ୍ଷରୁ ଧୂନ ପଠାଯାଇଛି ଏବଂ ଏହାର ଆକଳନ କରାଯାଉଛି । ଭାରତର ସୈନ୍ୟ କାର୍ଯ୍ୟକ୍ରମରେ ଅନେକ ବ୍ରିଟିଶ ଧୂନ ବଜାଯାଇ ଥାଏ । ଅଲଗା ଅଲଗା ସୈନ୍ୟ ଏକାଡମୀରେ ଅଲଗା ଅଲଗା ବ୍ରିଟିଶ ଅମଳର ଧୂନ ପରିବେଷଣ କରାଯାଏ । ଜାନୁଆରୀ ୨୯ରେ ହୋଇଥିବା ବିଟିଙ୍ଗ ଦ ରିଟ୍ରିଟ୍ କାର୍ଯ୍ୟକ୍ରମରେ ସାମିଲ୍ ବ୍ୟାଣ୍ଡ୍ ‘ସାରେ ଜହାଁ ସେ ଅଚ୍ଛା’ ଆରମ୍ଭ କରିବା ପୂର୍ବରୁ ପାରମ୍ପରିକ ଭାବେ ‘ଏବାଇଡ୍ ୱିଥ୍ ମି’କୁ ଶେଷ ଧୂନ ଭାବେ ବଜା ଯାଇଥିଲା ।

ବିଟିଙ୍ଗ ଦ ରିଟ୍ରିଟ୍ ପରି କାର୍ଯ୍ୟକ୍ରମରେ ଭାରତୀୟ ଧୂନ ଉପରେ ବହୁତ ଧ୍ୟାନ ଦିଆଯାଇଛି । ଚଳିତ ବର୍ଷ ହୋଇଥିବା ବିଟିଙ୍ଗ ଦ ରିଟ୍ରିଟ୍ ଉତ୍ସବ ସମୟରେ ‘ସ୍ୱର୍ଣ୍ଣିମ ବିଜୟ’ ସମେତ କିଛି ନୂତନ ଧୂନ ପରିବେଷଣ କରାଯାଇଥିଲା । ଏହା ବ୍ୟତୀତ ଅନେକ ଭାରତୀୟ ଧୂନ ମଧ୍ୟ ବଜାଯାଇଥିଲା ।

Get real time updates directly on you device, subscribe now.