fbpx

ଦୈନିକ ଶୋଉଛନ୍ତି ମାତ୍ର ୩୦ ମିନିଟ୍: ଥକ୍କା ଲାଗିବା ବଦଳରେ ଏବେ ସେ ସୁସ୍ଥ ଓ ଶକ୍ତିଶାଳୀ, ଜାଣନ୍ତୁ ଏପରି ଜଣେ ବ୍ୟକ୍ତିଙ୍କ କଥା

ନୂଆଦିଲ୍ଲୀ: ସାଧାରଣତଃ ଜଣେ ମଣିଷ ଦୈନିକ ୮ ଘଣ୍ଟା ଶୋଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କମ୍ ଶୋଇବା କାରଣରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ । ମାତ୍ର ଜାପାନର ଯୁବକ ପ୍ରତ୍ୟେକ ଦିନ ମାତ୍ର ୩୦ ମିନିଟ୍ ଶୋଉଛନ୍ତି ବୋଲି ଦାବି କରିଛନ୍ତି । ଯୁବକଙ୍କର ନାମ ଡାଇସୁକେ ହୋରୀ ଓ ସେ ଗତ ୧୨ ବର୍ଷ ଧରି ମାତ୍ର କମ୍ ସମୟ ପାଇଁ ଶୋଉଥିବା କହିଛନ୍ତି । ପୂର୍ବରୁ ସେ ନିୟମିତ ୮ ଘଣ୍ଟା ଲେଖାଏଁ ଶୋଉଥିବା ବେଳେ ଏବେ ତାହାକୁ ୩୦ ମିନିଟ କରିଦେଇଛନ୍ତି । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏହାର ସାମାନ୍ୟତମ ପ୍ରଭାବ ହୋରୀଙ୍କ ଉପରେ ପଡ଼ୁନଥିବା ଜଣାପଡ଼ିଛି ।

୩୬ ବର୍ଷୀୟ ହୋରୀ ଜାପାନ ସର୍ଟ ସ୍ଲିପର ଆସୋସିଏସନର ଅଧ୍ୟକ୍ଷ ରହିଛନ୍ତି । ସେ ହଜାର ହଜାର ଲୋକଙ୍କୁ କିପରି କମ୍ ଶୋଇ ନିଜର ଉତ୍ପାଦକତା ବୃଦ୍ଧି କରିହେବ ସେନେଇ ତାଲିମ୍ ଦେଉଛନ୍ତି । ତାଙ୍କୁ କିଛି ନିଦ୍ରାହୀନତା ବିଶେଷଜ୍ଞ ଏନେଇ ଚର୍ଚ୍ଚା କରିବାକୁ କିଛି ଟିଭି ଶୋକୁ ଆମନ୍ତ୍ରଣ ମଧ୍ୟ କରିଥିଲେ । ଗୋଟିଏ ଦିନର ସମସ୍ତ କାର୍ଯ୍ୟକୁ ହୋରୀ ୧୬ ଘଣ୍ଟା ମଧ୍ୟରେ ଶେଷ କରିପାରୁ ନଥିବାରୁ ସେ ନିଜର ନିଦକୁ କମ୍ କରିବା ନେଇ ପ୍ରୟାସ ଆରମ୍ଭ କରିଦେଥିଲେ । ମାତ୍ର ଅଧା ଘଣ୍ଟାକୁ ନିଦ୍ରା ସୀମିତ କରିବା ପରେ ଥକ୍କା ଲାଗିବା ବଦଳରେ ତାଙ୍କୁ ସୁସ୍ଥ ଓ ଶକ୍ତିଶାଳୀ ଅନୁଭବ ହେଉଥିବା ହୋରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.