କାର୍ କିଣିବାକୁ ଚାହୁଁଥିଲେ ଏହା କିଣନ୍ତୁ..ଥରେ ଟାଙ୍କି ଭର୍ତ୍ତି କଲେ 1000 କିଲୋମିଟର ଚାଲିବ
କାର୍ କିଣିବା ପାଇଁ ପ୍ଲାନ କରୁଛନ୍ତି କି? ଏହି ସବୁ କାର କିଣିଲେ ମଧ୍ୟ ଫାଇଦା
ନୂଆଦିଲ୍ଲୀ: ବର୍ତ୍ତମାନ ଚାରିଚକିଆ ଯାନର ଚାହିଦା ଅଧିକ ରହିଛି । ସମସ୍ତଙ୍କ ଘରେ ରହିଛି କାର୍ । ତେବେ ଏଭଳି କିଛି କାର୍ ରହିଛି ଯେଉଁଥରେ ଥରେ କାରରେ ଟାଙ୍କି ଭର୍ତ୍ତି କଲେ 1000 କିଲୋମିଟର ଯାଇପାରିବ ।
ହୁଣ୍ଡାଇ କ୍ରେଟା- ହୁଣ୍ଡାଇ ଏସୟୁଭି ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଛି କ୍ରେଟା । ଏଥିରେ ପାନୋରାମିକ ସନରୁମ ରହିଥିବା ବେଳେ ମାଇଲେଜ ମଧ୍ୟ ଅଧିକ ରହିଛି ।
ଟୟୋଟା ହାଇରାଇଡର ହାଇବ୍ରିଡ– ଏଥିରେ 5 ସିଟର ସିଟ୍ ରହିଥିବା ବେଳେ 45 ଲିଟର ଟାଙ୍କି ରହିଛି । ଥରେ ଟାଙ୍କି ଭର୍ତ୍ତି ହେଲେ 1257 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହାର ଇଞ୍ଜିନ 1490 ସିସି ରହିଥିବା ବେଳେ ଏହାର ଏକ୍ସ ସୋରୁମ ପ୍ରାଇସ 16.66 ଲକ୍ଷ ରହିଛି ।
ମାରୁତି ସୁଜିକି ଗ୍ରାଣ୍ଡ ଭିଟାରା- ଏହାର ଷ୍ଟାଟିଂ ପ୍ରାଇସ 15.51 ଲକ୍ଷ ରହିଛି । ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରାରେ ପାନାସୋନିକ ସନରୁମ ରହିଛି । ଏହା ଏସୟୁଭିର ଟପ୍ ଆଲଫା ଭାରିଆଣ୍ଟ ।
କିଆ ସୋନେଟ- ଏଥିରେ 4 ସିଲିଣ୍ଡର ଟର୍ବୋଚାର୍ଜ ଡିଜେଲ ଇଞ୍ଜିନ । କିଆ ସୋନଟରେ 6 ସ୍ପିଡ ମାନୁଆଲ ଆଇଏମଟି ରହିଛି । ଥରେ ଟାଙ୍କି ଭର୍ତ୍ତି କଲେ 1084 କିମି ଯାତ୍ରା କରିପାରିବେ ।